Indus Valley Times

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

 Breaking News

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଉଦଯାପିତ
February 01
10:42 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରୁତୁଙ୍ଗିଆ ପଞ୍ଚାୟତରେ କଟ୍ରିକିଆ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ୨୦୨୫ ଉଦଯାପିତ ହୋଇଯାଇଛି ।
କ୍ଲଷ୍ଟରର ସିଆରସିସି ସାବତ ପ୍ରଧାନଙ୍କ ତତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ରୁତୁଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣପତିଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରୁତୁଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନାତନ ପରିଛା, ମୁଖ୍ୟ ବକ୍ତା ଭାବେ କଟ୍ରିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ନିପୁଣ ଓଡିଶା ମେଳାର ଉଦେଶ୍ୟ ଓ ମହତ୍ୱ ସମ୍ପର୍କ ରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ମେଳା ରେ ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟା ଜ୍ଞାନ, ସୃଜନଶିଳତା ଭଳି ୧୫ ଟି ବିଦ୍ୟାଳୟରୁ ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଷ୍ଟଲ କରି ନିଜ ନିଜର କାରୁକାର୍ଯ୍ୟ ପ୍ରଦର୍ଶନ କରିଥିଲେ । ଏଥିରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଦ୍ୟାଳୟ ର କୁନି କୁନି କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସମସ୍ତ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଶୁଖିଲା ଗଛ ଡାଳ ପଡି ଓକିଲ ଗୁରୁତର
ବାଲିଗୁଡା, ୧/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟ ରେ ଶୁଖିଲା ଆମ୍ବ ଗଛ ଡାଳ ପଡି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ଘଟଣା ରୁ ପ୍ରକାଶ ଯେ, ପଣସପଡି ସାହିରୁ କୋର୍ଟ କୁ ଯିବା ପାଇଁ ନିଜ ବାଇକ ରେ ବାହାରିଥିଲେ ବରିଷ୍ଠ ଓକିଲ ରାମ କୃଷ୍ଣ ଦାସ ।
କୋର୍ଟ ମାର୍କେଟ ହୋଇ ଯାଉଥିବା ବେଳେ ହଠାତ ରାସ୍ତା ପାର୍ଶ୍ଵ ରେ ଦୀର୍ଘ ଦିନ ହେବ ରହିଥିବା ବିରାଟ ଶୁଖିଲା ଆମ୍ବ ଗଛର ଡାଳ ଟି ଭାଙ୍ଗି ଯାଇ ଚଳନ୍ତା ବାଇକ ରେ ଥିବା ଶ୍ରୀ ଦାସ ଙ୍କ ଉପରେ ଛିଡି ପଡିଥିଲା । କିଛି ଜାଣିବା ଆଗରୁ ଶୁଖିଲା ଡାଳ ଶ୍ରୀଦାସ ଓ ବାଇକ ଉପରେ ପଡିବାରୁ ତଳେ ଚାପି ହୋଇ ଯାଇଥିଲେ ।
ଜୀବନ ବଞ୍ଜେଇବା ପାଇଁ ଚିତ୍କାର ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧର କରି ଉପଖଣ୍ଡ ଡାକ୍ତର ଖାନ କୁ ଆଣିଥିଲେ ସେଠାରେ ଅଧିକ ଗୁରତର ହେବାରୁ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଛି ।
ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ ଶ୍ରୀ ଦାସ ।
ତେବେ ଦୀର୍ଘ ଦିନ ହେବ ସେହି ମାର୍କେଟ ରେ ଦୁଇଟି ଶୁଖିଲା ଗଛ ଥିବା ସତ୍ବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହାକୁ କଟା ନ ଯାଇ ରଖାଯିବା ଫଳରେ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ଓକିଲ ବଞ୍ଚିଯାଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଓ ସ୍ଥାନୀୟ ଲୋକେ । ତୁରନ୍ତ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି ।
ସିପାଞ୍ଜିରି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ
ବାଲିଗୁଡା: ୧/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପରିପୋଷଣୀୟ ଜୀବନଶୈଳୀ ବିଷୟବସ୍ତୁ ଉପରେ ଆଧାରିତ ଛାତ୍ରୀଛାତ୍ରଙ୍କ ଦ୍ୱାରା ୪୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବନ ବିଭାଗ ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉଦ୍ୟାନବିତ ବିଭୂଦତ୍ତ ବିଶ୍ବାଳ ଓ ବୁଡାଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁ ପ୍ରମୁଖ ଯୋଗଦେଇ ପରିପୋଷଣୀୟ ଜୀବନଶୈଳୀ ଓ ଏହାର ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ ।
ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ବରମାଝୀ ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଚାରକ ଭାବେ ସ୍ଥାନୀୟ ବନପାଳ ପ୍ରଭାତ କୁମାର ଦୋରା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁ ଓ ବିଜ୍ଞାନ ଶିକ୍ଷକ ଅସିତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନୋଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରି ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତ‌ଥା ଶିକ୍ଷକ ବେଣୁଧର ପ୍ରଧାନ, ପଦ୍ମଲୋଚନ ପଣ୍ଡା, ଶିଶିର କାନ୍ତ ପଣ୍ଡା, ଅମରେନ୍ଦ୍ର ପ୍ରଧାନ,ରଜନୀକାନ୍ତ ସାହୁ ଏବଂ ସିଆରସିସି ସରୋଜ କୁମାର ନାହକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930