Indus Valley Times

କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମଞ୍ଜୁରୀ, ମିଳିଲା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ

 Breaking News

କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମଞ୍ଜୁରୀ, ମିଳିଲା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ

କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମଞ୍ଜୁରୀ, ମିଳିଲା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ
June 06
23:01 2025

ଭୁବନେଶ୍ବର, ୬/୬ : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ଟି ପ୍ରସ୍ତାବକୁ ଉପରେ ବାଜିଛି ମୋହର ।
ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶା ଯୋଜନାକୁ ମିଳିଛି ଅନୁମୋଦନ । ଯାହାର ଲକ୍ଷ୍ୟ ହେଉଛି ବିକଶିତ ଓଡିଶା ଅ ୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ କରିବା ଓ ରାଜସ୍ତ୍ର ଅଭିବୃଦ୍ଧି କରିବା ଯେପରିକି କଲ୍ୟାଣମଣ୍ଡପ/ ବହୁମୁଖୀ ସଭା ଗୃହ, ଟାଉନ ହଲ୍, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ ପରିସର, ରାସ୍ତା, ଡ୍ରେନ୍, ପାର୍କ, ବହୁବ୍ୟବହାର୍ଯ୍ୟ ବାଣିଜ୍ୟିକପରିସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳ ଭଣ୍ଡାର, ବୈଦ୍ୟୁତିକ ମୋଟରଯାନ ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, ଉପଯୁକ୍ତ ସ୍ଥାନଗୁଡ଼ିକରେ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି।
ଏହାବ୍ୟତୀତ ଛୋଟପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡ଼ା ଉଦ୍ୟାନ, ଚାଲିବା ରାସ୍ତା, ଖେଳପଡ଼ିଆ, ଖୋଲା ସ୍ଥାନର ବିକାଶ, ବନୀକରଣ ପ୍ରକଳ୍ପ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି ଏବଂ ସାଂସ୍କୃତିକ କେନ୍ଦ୍ର ପରି ଧାର୍ମିକ ସ୍ଥାନର ବିକାଶ ଏବଂ ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ ସାମିଲ କରାଯାଇଛି।
ନଦୀକୂଳ ଏବଂ ଜଳାଶୟଗୁଡ଼ିକର ନବୀକରଣ ଏବଂ ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରାଣୀ ସମୃଦ୍ଧି ପାଇଁ କାଞ୍ଜିଆ ହୁଦା, ଗୋଶାଳା ଏବଂ ପ୍ରାଣୀଯତ୍ନ କେନ୍ଦ୍ରର ବିକାଶ କରାଯିବ। ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧିନରେ ଆଗାମୀ ୫ ବର୍ଷ ମଧ୍ୟରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ଥିବା ଚଳିତ ଆର୍ଥିକ ବର୍ଷ, ୨୦୨୫-୨୬ ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି ।
ସେହିପରି ଜୈବ ପ୍ରଯୁକ୍ତି ବିଜ୍ଞାନ ର ବିକାଶ ଯୋଜନାକୁ ମଧ୍ୟ ମିଳିଛି ମଞ୍ଜୁରୀ । ଏଥିରେ ୫ ବର୍ଷ ପାଇଁ ଖର୍ଚ୍ଚ ହେବ ୧୧୧୩ କୋଟି ଟଙ୍କା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930