Legatus

ଖଲ୍ଲିକୋଟ ମର୍ଡର କେସର ତଦନ୍ତ କରିବ ଏସ୍ଆଇଟି

 Breaking News

ଖଲ୍ଲିକୋଟ ମର୍ଡର କେସର ତଦନ୍ତ କରିବ ଏସ୍ଆଇଟି

ଖଲ୍ଲିକୋଟ ମର୍ଡର କେସର ତଦନ୍ତ କରିବ ଏସ୍ଆଇଟି
May 17
17:22 2024

ଭୁବନେଶ୍ବର, ୧୭/୫: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଗତ ୧୫ ତାରିଖ ଦିନ ପୋଷ୍ଟର ମରାକୁ କେନ୍ଦ୍ର କରି ଘଟିଥିବା ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍ (ଏସ୍ଆଇଟି) ଗଠନ ହୋଇଛି।
ଏସ୍ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ସାଇଣ୍ଟିଫିକ୍, ଫୋରେନ୍ସିକ୍ ଓ ଡିଜିଟାଲ ତଥ୍ୟ ଆଧାରରେ ଏହି ଘଟଣାର ତଦନ୍ତ ହେବ। ହତ୍ୟା ଘଟଣାରେ ସଂପୃକ୍ତ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଏହି ଟିମ୍ କାମ କରିବ। ଏସ୍ଆଇଟି ତଦନ୍ତ ରିପୋର୍ଟ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ। ଏଡିଜି ରାଧାକୃଷ୍ଣ ଶର୍ମା ଗଂଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରୁ ଆଇନ ଶୃଙ୍ଖଳା ଉପରେ ନଜର ରଖିବେ।
ସୂଚନାଯୋଗ୍ୟ, ଏହି ହିଂସା ଓ ହତ୍ୟାକାଣ୍ଡରେ ଦିଲ୍ଲୀପ ପାହାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହିଂସାର ଶିକାର ହୋଇଥିବା ଦୁଇଜଣଙ୍କର ଏମ୍କେସିଜି ଓ କଟକ ଏସ୍ସିବିରେ ଚିକିତ୍ସା ଜାରି ରହିଛି। ଏହି ଘଟଣାରେ ପୁଲିସ ଏପର‌୍ୟ୍ୟନ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।
ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସାରେ ପ୍ରାଣ ହରାଇଥିବା ଦିଲ୍ଲୀପ ପାହାନଙ୍କ ଭାଇଙ୍କ ଅଭିଯୋଗ ପରେ ପ୍ରତିକ୍ରୟା ରଖିଛନ୍ତି ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ସୂର‌୍ୟ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ। ହିଂସାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ସ୍ପଷ୍ଟୀକରଣ ରଖିଛନ୍ତି। ଏହାସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଟାର୍ଗେଟ କରାଯାଉଥିବା କହିଛନ୍ତି ଦୈତାରୀ ବେହେରା। ଘଟଣା ଦିନ ସେ ନିର୍ବାଚନ ପ୍ରଚାରରେ ଯାଇଥିବା କହିଛନ୍ତି ।
ସେହିପରି ଖଲ୍ଲିକୋଟ ରାଣୀଙ୍କ ପୁତୁରାଙ୍କ ମଧ୍ୟ ହିଂସାରେ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଦୈତାରୀ ବେହେରା। ମୃତ ଦିଲ୍ଲୀପ ପାହାନଙ୍କ ଭାଇ ଜିତେନ୍ଦ୍ର ପାହାନଙ୍କ ଅଭିଯୋଗ ଅନୁସାରେ ଦଇତାରୀ ବେହେରା ଓ ସାକ୍ଷାତ ରାମାରାଓଙ୍କ ନିର୍ଦ୍ଦେଶରେ କାର୍ତ୍ତିକ ପରିଡ଼ା ସମସ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। କାର୍ତ୍ତିକର ଖଣ୍ଡା ଚୋଟରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ଦିନ ହନୁମାନ ମନ୍ଦିର ପାଖରେ ବିଜେପି ପୋଷ୍ଟର ଲଗାଇବା ବେଳେ ୪୦ରୁ ୫୦ଜଣ ଆସି ଅତର୍କିତ ଆକ୍ରମଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930