Indus Valley Times

ଖୋରଧା ଜିଲ୍ଲାରେ ପରୀକ୍ଷା ପାସ୍ ହାର ୯୭.୧୭ % , ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳ ଉତ୍ସାହଜନକ: ଡ଼ିଇଓ

 Breaking News

ଖୋରଧା ଜିଲ୍ଲାରେ ପରୀକ୍ଷା ପାସ୍ ହାର ୯୭.୧୭ % , ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳ ଉତ୍ସାହଜନକ: ଡ଼ିଇଓ

May 03
18:49 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩/୫: ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।
ଚଳିତ ବର୍ଷ ଜିଲ୍ଲାରେ ୯୭.୧୭ ପ୍ରତିଶତ ପାସ ହାର ରହିଛି ଯାହା ଗତବର୍ଷ ତୁଳନାରେ, ୧୪ ପ୍ରତିଶତ କମ୍ ରହିଛି । ଗତବର୍ଷ କିନ୍ତୁ ଛାତ୍ର ଆଗରେ ରହିଥିବାବେଳେ ଚଳିତ ବର୍ଷ ଜିଲ୍ଲାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଚଳିତ ବର୍ଷ ଖୋରଧା ଜିଲ୍ଲାର ୩୩୮ ବିଦ୍ୟାଳୟର ୨୮୧୯୨ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୨୭୯୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୨୭୧୫୮ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତନ୍ମଧ୍ୟରେ ୧୩୩୮୩ ଜଣ ଛାତ୍ର ଏବଂ ୧୩୭୭୫ ଜଣ ଛାତ୍ରୀ ରହିଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସୂତ୍ରରୁ ଜଣାଯାଇଛି।
୨୪୨ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଅନୁପସ୍ଥିତ ରହିଥିରବା ବେଳେ ଚଳିତ ବର୍ଷ ୭୯୨ଜଣ ଅକୃତକାର‌୍ୟ୍ୟ (ଫେଲ) ହୋଇଛନ୍ତି।
ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏ-୧ ଗ୍ରେଡ୍ ରେ ଭଲ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଗତବର୍ଷ ଏ-୧ ରେ ୧୭୫ଜଣ ପାଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ବୃଦ୍ଧି ହୋଇ ୧୮୨ରେ ପହଁଚିଛି।
ସେହିପରି ଏ-୨ ରେ ୧୦୭୮, ବି-୧ ରେ ୨୫୪୬, ବି-୨ ରେ ୪୮୩୮, ସି-ରେ ୫୭୮୭, ଡି -ରେ ୭୧୩୬, ଇ- ରେ ୪୫୯୧ ଜଣ ରହିଛନ୍ତି।
ଚଳିତ ବର୍ଷ ଖୋରଧା ଜିଲ୍ଲାର ୯୭ ଟି ବିଦ୍ୟାଳୟର ଫଳାଫଳ ଶତପ୍ରତିଶତ ରହିଛି।
ଜିଲ୍ଲାର ଅଧିକାଂଶ ସରକାରୀ ବିଦ୍ୟାଳୟର ଫଳାଫଳ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଉତ୍ତମ ହୋଇଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନର ଫଳାଫଳ ମଧ୍ୟ ଭଲ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ଜିଲ୍ଲାର ଏକାଧିକ ସରକାରୀ ଉଚ୍ଚ ବିଦ୍ୟାଳୟର ଫଳାଫଳ ଉତ୍ତମ ରହିଛି।
ଏ-୧ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲ୍ଲାର ୫୫ ସରକାରୀ ବିଦ୍ୟାଳୟର ୭୭ ଜଣ ରହିଛନ୍ତି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା ମାଟ୍ରିକ ଫଳାଫଳକୁ ନେଇ ଖୁସିବ୍ୟକ୍ତ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲାରେ ଇତିପୁର ଆଂଚଳିକ ନୋଡାଲ ହାଇସ୍କୁଲର ପରୀକ୍ଷାର୍ଥୀ ସର୍ବାଧିକ ନମ୍ବର ରଖି ଜିଲ୍ଲାରେ ୧ନଂ ରେ ରହିଛନ୍ତି।
ଚଳିତ ମାଟ୍ରିକ ପରୀକ୍ଷାରେ ପାସ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷାକାରୀ ସୋନାମିକା ରାୟ ଶୁଭେଚ୍ଛା ଜଣାଇଛନ୍ତି।
କଠିନ ପରିଶ୍ରମ ଏବଂ ନିରନ୍ତର ସାଧନା ସଫଳତା ଆଣେ ଶୃଙ୍ଖଳିତ ଜୀବନଶୈଳୀ ଏବଂ ଗୁରୁଜନଙ୍କ ଆର୍ଶୀବାଦ ରହିଲେ, ଜୀବନରେ ସଫଳତାର ଶୀର୍ଷ ସ୍ପର୍ଶ କରିପାରିବ ବୋଲି ପିଲାଙ୍କୁ ଶ୍ରୀମତୀ ରାୟ ପରାମର୍ଶ ଦେଇଛନ୍ତି ।
ସେହିପରି ବୋର୍ଡ ପକ୍ଷରୁ ପ୍ରଥମ ଥର ପାଇଁ ପାସ୍ ସାର୍ଟିଫିକେଟ୍ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରମାଣପତ୍ର ପ୍ରଦାନ କରାଯାଉଛି।
କୃତକାର୍ଯ୍ୟ ଛାତ୍ରଛାତ୍ରୀ ମାନେ ବୋର୍ଡର ୱେବସାଇଟରୁ ସେମାନଙ୍କ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ଏଥିସହିତ ଯେଉଁ ପରୀକ୍ଷାର୍ଥୀ ମାନେ ନିଜର ମାର୍କ ସନ୍ତୋଷଜନକ ନଥିବା ମନେ କରୁଛନ୍ତି, ସେମାନେ ଫଳାଫଳ ପ୍ରକାଶ ପାଇବାର ଏକ ମାସ ମଧ୍ୟରେ ପୁନଃ ଯାଞ୍ଚ ପାଇଁ ବୋର୍ଡ ନିକଟରେ ଆବେଦନ କରିପାରିବେ ବୋଲି ଶ୍ରମତୀ ରାୟ କହିଛନ୍ତି ।
ସେହିପରି ଚଳିତ ବର୍ଷ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ମନଦୁଃଖ ନକରି ଆଗାମୀ ସପ୍ଲିମେଂଟାରୀ ପରୀକ୍ଷା -୨୦୨୬ ରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇବେ ବୋଲି କହିଥିଲେ ।
ତେବେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁଜଙ୍ଗ ଚଳିତ ବର୍ଷ ୧୪୨ଜଣ ପରୀକ୍ଷା ଦେଇଥିବାବେଳେ ୧୩୨ଜଣ ପାସ କରିଛନ୍ତି।
ପାସହାର ୯୩ ପ୍ରତିଶତ ରହିଛି। ୧୦ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ଏଥିରୁ ଏ-୧ ଓ ଏ-୨ ରେ କେହି ଛାତ୍ରଛାତ୍ରୀ ନାହାନ୍ତି ।
ବି-୧ ରେ ୮ଜଣ,ବି-୨ ରେ ୨୬ଜଣ, ସି-ରେ ୪୩, ଡି-୩୯, ଇ-ରେ ୧୬ଜଣ ରହିଛନ୍ତି । ବିଜେବି ହାଇସ୍କୁଲରେ ଚଳିତବର୍ଷ ୧୮୩ ଜଣ ପରୀକ୍ଷା ଦେଇଥିବା ବେଳେ୧୮୧ ଜଣ ପାସ୍ କରିଛନ୍ତି।
ବିଦ୍ୟାଳୟର ପାସ୍ ହାର ୯୮.୯ ପ୍ରତିଶତ ରହିଛି। ଏ-୧ ରେ ଜଣେ ରହିଥିବା ବେଳେ ଏ-୨ ରେ ୯, ବି-୧ ରେ ୧୨, ବି-୨ ରେ ୨୫, ସି-ରେ ୪୬, ଡ଼ି- ରେ୪୬,ଇ -ରେ ୪୨ ପାସ୍ କରିଛନ୍ତି।
ସିଦ୍ଧି ଶେଖର ଛୋଟରାୟ ୫୪୫ ନମ୍ବର ରଖି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି କହିଛନ୍ତି।
ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷର ଫଳାଫଳ ଶତପ୍ରତିଶତ ରହିଛି। ୨୧୨ଜଣ ପରୀକ୍ଷା ଦେଇଥିଲେ ।
ସେଥିରୁ ଏ-୧ ରେ ୪ଜଣ, ଏ-୨ ରେ ୧୫, ବି-୧ ରେ ୪୦, ବି-୨ରେ ୬୨, ସି-୬୩, ଡି-୨୫, ଇ -ରେ ୩ଜଣ ରହିଛନ୍ତି। ବିଦ୍ୟାଳୟର ଅର୍ପିତା ପ୍ରୟଦର୍ଶନା ସାମନ୍ତରେ ୫୬୦ ନମ୍ବର ରଖି ଖୋରଧା ପୌରାଂଚଳରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଆୟୁସ୍ନାନ ପାଲଟାସିଂହ – ୫୫୯, ଅଭିଜିତ ପ୍ରହରାଜ ୫୪୫ ଏବଂ ଶୁଭମ କୁମାର ସାହୁ ୫୪୦ ନମ୍ବର ରଖିଛନ୍ତି ବୋଲି ପ୍ରଧାନ ଆଚାର୍ଯ୍ୟ ଗିରିଜା ପ୍ରସାଦ ମହାପାତ୍ର ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031