Indus Valley Times

ଖୋରଧା ଜିଲ୍ଲା ବିଜେଡିର ଏସଆଇଆର ସଂବନ୍ଦୀୟ କର୍ମଶାଳା ଓ ସମୀକ୍ଷା ବୈଠକ

 Breaking News

ଖୋରଧା ଜିଲ୍ଲା ବିଜେଡିର ଏସଆଇଆର ସଂବନ୍ଦୀୟ କର୍ମଶାଳା ଓ ସମୀକ୍ଷା ବୈଠକ

ଖୋରଧା ଜିଲ୍ଲା ବିଜେଡିର ଏସଆଇଆର ସଂବନ୍ଦୀୟ କର୍ମଶାଳା ଓ ସମୀକ୍ଷା ବୈଠକ
July 20
10:08 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨୦/୭ : ଭାରତ ସରକାରଙ୍କ ନିଦ୍ଦେର୍ଶ କ୍ରମେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଚାଲିଛି। ଖୋରଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଆବାହକତ୍ୱ ରେ ଖୋରଧା ଜ଼ିଲ୍ଲା ର ଖୋରଧା ଓ ବେଗୁନିଆ ନିର୍ବାଚନ ମଣ୍ଡଳୀ ର ଝଓଜ ସମ୍ପର୍କିତ ସମୀକ୍ଷା ବୈଠକ ଦୁଇଟି ପର୍ଯ୍ୟାୟରେ ଶଙ୍ଖ ଭବନଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବିଜେଡି ର ବରିଷ୍ଠ ସାଧାରଣ ସମ୍ପାଦକ ତଥା SIRର ଦଳ ର ରାଜ୍ୟ ମୁଖ୍ୟ ସଂଯୋଜକ ବିଜୟ ନାୟକ, ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, ଯୁବ ବିଜେଡି ଉପ ସଭାପତି ତଥା ରାଜ୍ୟ ସଂଯୋଜକ ମନୋଜ ସେନାପତି, ସାଧାରଣ ସଂପାଦକ ତଥା ସଂଯୋଜକ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅମରଜିତ ସେନାପତି, ସାଧାରଣ ସମ୍ପାଦକ ତଥା ଖୋରଧା ଜ଼ିଲ୍ଲା ବିଜେଡି ର SIR ସଂଯୋଜକ ଶୁଭକାନ୍ତ ମହାପାତ୍ର ଯୋଗ ଦେଇଥିଲେ।
ଆଭାସୀ ଜରିଆରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ସଂଯୋଜକ ସାଗର ବରାଳ, ଯୋଗଦେଇଥିଲେ। ଏଥିସହିତ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ଅମୀୟ ମହାନ୍ତି, ସ୍ବଦେଶ ରାଉତରାୟ, ବିରଞ୍ଚି ଜେନା,ପ୍ରଶାନ୍ତ ବେହେରା, କରୁଣାକର ଦଳସିଂହରାୟ ପ୍ରମୁଖ ଅଭାସୀ ମାଧ୍ୟମରେ ବିଭିନ୍ନ ଆଲୋଚନା କରିଥିଲେ।
ଉଭୟ ନିର୍ବାଚନ ମଣ୍ଡଳୀର ଏସଆଇଆର ଦାୟିତ୍ବରେ ଥିବା ଖୋରଧା ଓ ବେଗୁନିଆ ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ ବିଏଲଏ ଆଭାସୀରେ ଯୋଗଦେଇ ଥିଲେ।
ଜୁଲାଇ ୫ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରୁ ଏକାଧିକ ବାଦ ପଡିଛନ୍ତି। ଆସନ୍ତା ଅଗଷ୍ଟ ୪ ତାରିଖ ପର‌୍ୟ୍ୟନ୍ତ ଆପତ୍ତି ଅଭିଯୋଗ ଶୁଣାଣୀ କରାଯିବ। ଡ୍ରାଫ୍ଟ ରୁ ବାଦ ପଡିଥିବା ଯୋଗ୍ୟ ଭୋଟର କିଭଳି ପୁଣି ଯୋଡି ହେବେ କେଉଁ ସବୁ କାଗଜ ପତ୍ର ଦରକାର ଓ ଆଉ କଣ ସବୁ କରିବା ଦରକାର ସେ ବିଷୟରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା।
ଆଭାସୀରେ ଯୋଡି ହୋଇଥିବା କର୍ମକର୍ତ୍ତା ମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ବରିଷ୍ଠ ନେତା ଶ୍ରୀ ନାୟକ। ସର୍ବଶେଷରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ରାଜ୍ୟ ନେତୃତ୍ୱ ଓ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇ ଜ଼ିଲ୍ଲା ସଭାପତି ଶ୍ରୀ ସାହୁ କହିଥିଲେ ଆପଣମାନଙ୍କର ଯୋଗଦାନ ବିଜୁ ଜନତା ଦଳକୁ ଉଭୟ ନିର୍ବାଚନ ମଣ୍ଡଳୀରେ ଆହୁରି ସଶକ୍ତ କରିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930