Indus Valley Times

ଖୋର୍ଦ୍ଧାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଆଇଏଏସ ଅମ୍ରିତ ଋତୁରାଜ

 Breaking News

ଖୋର୍ଦ୍ଧାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଆଇଏଏସ ଅମ୍ରିତ ଋତୁରାଜ

July 29
10:38 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୯/୭ : ସୋମବାର ଅପରାହ୍ନରେ ୨୦୧୫ ବ୍ୟାଚ ଆଇ ଏ ଏସ ଅମ୍ରିତ୍ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ଯୋଗଦାନ କରିଛନ୍ତି।
ଶ୍ରୀ ଋତୁରାଜ ଯୋଗଦାନ କଲାପରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଜିଲ୍ଲାପାଳ ଦାୟିତ୍ୱ ଭାର ଗ୍ରହଣ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଲ୍, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ, ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର, ସମୁଚିତା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଖୋର୍ଦ୍ଧା ଲକ୍ଷ୍ମଣ କୁମାର ବେହେରା, ଭୁବନେଶ୍ୱର ଜିତେନ୍ଦ୍ରିୟ ଜେନା ଏବଂ ବହୁ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ଲାଇନ୍ ଡିପାର୍ଟମେଣ୍ଟ ଯନ୍ତ୍ରୀ ପ୍ରମୁଖ ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ। ସେହିପରି ଖୋର୍ଦ୍ଧା ପ୍ରେସ କ୍ଳବ୍ ତରଫରୁ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କୁ ସ୍ୱାଗତ କରିବାସହ ଏକ ପ୍ରଶ୍ନୋତ୍ତରରେ ଜିଲ୍ଲାପାଳ କହିଥିଲେ ଯେ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଯୋଜନାର ସଫଳ ରୂପାୟନ ଏଜେଣ୍ଡା ଜିଲ୍ଲାରେ କାର୍ଯ୍ୟକାରିତା, ଲୋକମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରି ପ୍ରଶାସନ ଓ ସରକାରଙ୍କ ଉପରେ ଲୋକମାନଙ୍କ ଅସ୍ଥା ବିଶ୍ୱାସ ସୃଷ୍ଟି କରିବା, ଜମିଜମା ସମସ୍ୟା ସମାଧାନ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ହବ୍ ର ପରିକଳ୍ପନା ଓ କୃଷି ଓ ଆନୁସଙ୍ଗିକ କୃଷି ଭିତ୍ତିକ ଉନ୍ନତି ଦିଗରେ ସେ ପ୍ରାଥମିକତା ପ୍ରଦାନ କରିବେ ବୋଲି କହିଥିଲେ ।
ପ୍ରକାଶ ଥାଉକୀ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାପାଳ ଭାବେ କାର‌୍ୟ୍ୟ କରିଥିବାବେଳେ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଏବଂ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦକ୍ଷତାର ସହିତ ସୁଚାରୁରୂପେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930