Indus Valley Times

ଖୋର୍ଦ୍ଧାରେ ୨୦୦ କେଜି ରୁ ଅଧିକ ଗଞ୍ଜେଇ ଜବତ ,ଦୁଇ ଗିରଫ

 Breaking News

ଖୋର୍ଦ୍ଧାରେ ୨୦୦ କେଜି ରୁ ଅଧିକ ଗଞ୍ଜେଇ ଜବତ ,ଦୁଇ ଗିରଫ

ଖୋର୍ଦ୍ଧାରେ ୨୦୦ କେଜି ରୁ ଅଧିକ ଗଞ୍ଜେଇ ଜବତ ,ଦୁଇ ଗିରଫ
May 19
10:40 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୯/୫: ବିଶ୍ୱସ୍ତ ସୂତ୍ରରୁ ସୂଚନା ଆଧାରରେ, ଖୋର୍ଦ୍ଧା ଅବକାରୀ ବିଭାଗ ଅଧିକାରୀମାନେ ରବିବାର ସକାଳେ ଖୋର୍ଦ୍ଧା ନୂଆ ବସ୍ ଷ୍ଟାଣ୍ଡ,ଟି.ଏଲ.ସି, ରୋଡ୍ ନିକଟରୁ ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନରେ ବେଆଇନ ଭାବରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସହିତ ୨୦ ଲକ୍ଷ ଟଙ୍କା ମୂଲ୍ୟର ୨୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି ।
ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦୁଝର ଯୋଡା ଅଞ୍ଚଳର, ବନସାପାଣି ଗ୍ରାମର ଫିରୋଜ ଖାନ ଏବଂ ବୌଦ୍ଧ ଭାରତପୁର ଗ୍ରାମର ସୁଶାନ୍ତ ମେଣ୍ଡିଲି।
ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଖୋର୍ଦ୍ଧା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ, ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ଶ୍ରୀମତୀ ସୁମତୀ ତ୍ରିପାଠି ଗଣମାଧ୍ୟମକୁ ଏହି ଗିରଫଦାରୀ ବିଷୟରେ ସୂଚନା ଦେଇ କହିଛନ୍ତି ଯେ \”ଜିଲ୍ଲାରେ ଅବୈଧ ଗଞ୍ଜେଇ ଚୋରାଚାଲାଣ ଏବଂ ବିକ୍ରୟକୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା।
ଏହି ଅଭିଯାନର ଅଂଶ ସ୍ୱରୂପ ଅବକାରୀ ଅଧିକାରୀମାନେ ସୁନାଖେଳା, ନାଚୁଣି ଥାନା ଅଧିନସ୍ଥ, ସୁନାଖେଳା ଖୋର୍ଦ୍ଧା, ଏନ.ଏଚ-୧୬ ଫ୍ଲାଏ ଓଭର ବ୍ରିଜ ରେ ତିନୋଟି ଗାଡ଼ି ପିଛା କରିଥିଲେ ଏବଂ ଖୋର୍ଦ୍ଧାରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ।
ସେହି ତିନୋଟି ଗାଡ଼ି ଗୁଡିକ ହେଲା, ରେନାଲ୍ଟ ଡଷ୍ଟର କାର୍, ରେଜିଷ୍ଟ୍ରେସନ୍ ନମ୍ବର-ଙଊ୦୨ଈ-୪୮୮୩, ସ୍ୱିଫ୍ଟ ଡିଜାୟାର, କାର ରେଜିଷ୍ଟ୍ରେସନ୍ ନମ୍ବର-ଙଊ୦୨ଉଛ-୮୫୨୩ ଏବଂ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନ୍, ଙଊ୦୨ଉତ-୪୬୨୯। ଅଭିଯୁକ୍ତ ଏବଂ ସେମାନଙ୍କ ସହଯୋଗୀ ବୌଦ୍ଧରୁ ଗଞ୍ଜେଇ ଆଣି ସଡ଼କ ପଥରେ ଭୁବନେଶ୍ୱର ସହରକୁ ଚାଲାଣ କରୁଥିଲେ ।
ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଏନ. ଡି. ପି.ଏସ.ଆକ୍ଟ ରେ ଏକ ମାମଲା ରୁଜୁ କରାଯାଇ ସେମାଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଗଞ୍ଜେଇ ଚୋରା ଚାଲାଣ ନେଟୱାର୍କ ବିଷୟରେ ଅଧିକ ତଥ୍ୟ ଉନ୍ମୋଚନ ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି, ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଶ୍ରୀମତୀ ତ୍ରିପାଠି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930