Indus Valley Times

ଖୋର୍ଦ୍ଧାରୋଡ଼ ହାଫ ମାରାଥନ ଭୁବନେଶ୍ୱର ୨.୦ ସଫଳତାର ସହିତ ଆୟୋଜିତ

 Breaking News

ଖୋର୍ଦ୍ଧାରୋଡ଼ ହାଫ ମାରାଥନ ଭୁବନେଶ୍ୱର ୨.୦ ସଫଳତାର ସହିତ ଆୟୋଜିତ

ଖୋର୍ଦ୍ଧାରୋଡ଼ ହାଫ ମାରାଥନ ଭୁବନେଶ୍ୱର ୨.୦ ସଫଳତାର ସହିତ ଆୟୋଜିତ
February 02
20:55 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨/୨ : ପୂର୍ବତଟ ରେଳବାଇ ସ୍ପୋର୍ଟ୍ସ ଆସୋସିଏସନ୍ (ଇକୋଆରଏସ୍ଏ), ଖୋର୍ଦ୍ଧା ରୋଡ୍ ଦ୍ୱାରା ଆଇଆଇଟି ଭୁବନେଶ୍ୱରର ସହଯୋଗରେ ଆଜି ଇକୋଆରଏସ୍ଏ କ୍ରିକେଟ୍ ଷ୍ଟାଡିୟମ, ଖୋର୍ଦ୍ଧାରୋଡ୍ ରେ ‘ଖୋର୍ଦ୍ଧାରୋଡ୍ ହାଫ୍ ମାରାଥନ୍ ଭୁବନେଶ୍ୱର ୨.୦’ ସଫଳତାର ସହିତ ଆୟୋଜିତ ହୋଇଥିଲା।
ଏହି କାର‌୍ୟ୍ୟକ୍ରମରେ ୮ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ପୁରୁଷ, ମହିଳା ଓ ପିଲାମାନଙ୍କ ସହିତ ବିଭିନ୍ନ ବୟସ ଶ୍ରେଣୀର ୨୦୦୦ ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଇକୋଆରଏସ୍ଏ ସଭାପତି ଏବଂ ଖୋର୍ଦ୍ଧାରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ମୁଖ୍ୟ ଅତିଥି ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମଲକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଇକୋଆରଏସ୍ଏ ଉପାଧ୍ୟକ୍ଷ ଏବଂ ଏଡ଼ିଆରଏମ (ଅପରେସନ୍ସ), ଖୋର୍ଦ୍ଧା ରୋଡ୍ ଶ୍ରୀ ପି.କେ. ବେହେରା; ଉପାଧ୍ୟକ୍ଷ ଏବଂ ଏଡ଼ିଆରଏମ୍ (ଇନ୍ଫ୍ରାଷ୍ଟ୍ରକ୍ଚର), ଖୋର୍ଦ୍ଧାରୋଡ୍ ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ; ଆଇଆଇଟି ଭୁବନେଶ୍ୱରର ଛାତ୍ର ବ୍ୟାପାର ଡିନ୍ ପ୍ରଫେସର ରାଜେଶ ରୋଶନ ଦାଶ ଏବଂ କାନାରା ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀଯୁକ୍ତ ସୁମନ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ।
ଏହି କାର‌୍ୟ୍ୟକ୍ରମ ଇକୋଆରଏସ୍ଏ ର କ୍ରୀଡା ଅଧିକାରୀ ଏବଂ ଖୋର୍ଦ୍ଧାରୋଡ୍ ମଣ୍ଡଳର ବରିଷ୍ଠ ବିଭାଗୀୟ ବାଣିଜ୍ୟିକ-ସହ-କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ଏସ୍.ଙ୍କ ଦକ୍ଷ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା। ମହମ୍ମଦ ଜାକିରୁଦ୍ଦିନ, କ୍ରୀଡା ସଚିବ ଓ ଶ୍ରୀ ଜେ. ଏସ୍‌. ପାତ୍ର, ସହାୟକ କ୍ରୀଡା ସଚିବଙ୍କ ସକ୍ରିୟ ସମନ୍ୱୟ ସହ , ଖୋର୍ଦ୍ଧାରୋଡ୍ ସଦସ୍ୟ ମାନଙ୍କ ଅବଦାନ କାର୍ଯ୍ୟକ୍ରମକୁ ସଫଳ କରିଥିଲା।
କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ଖୋର୍ଦ୍ଧାରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ସ ଙ୍କ ସ୍ୱେଚ୍ଛାସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।ସୁସ୍ଥ ଓ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏହି ମାରାଥନ୍ ର ମୂଳ ଉଦ୍ଦେଶ୍ୟ ଥିଲା।
ଦୌଡ଼ ପଥରେ ରେଳବାଇ ଷ୍ଟାଡିୟମ – ଆଇଆଇଟି ଭୁବନେଶ୍ୱର (୨୧.୧ କିମି ଓ ୧୦ କିମି), ବ୍ଲକ ଛକ (୫ କିମି) ଏବଂ ପୋଷ୍ଟ ଅଫିସ୍ ଛକ (୨ କିମି) ଅନ୍ତର୍ଭୁକ୍ତ ଥିଲା ଏବଂ ସମସ୍ତ ଦୌଡ଼ ରେଳବାଇ ଷ୍ଟାଡିୟମରେ ସମାପ୍ତ ହୋଇଥିଲା। ୨୧ କିମି ଏବଂ ୧୦ କିମି ଦୌଡ଼ରେ ପୁରୁଷ ଓ ମହିଳା ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930