Indus Valley Times

ଖୋର୍ଦ୍ଧା ଜିଲ୍ଲାରେ ୪୪ ଗୋଟି ଅତିରିକ୍ତ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରାଯିବ

 Breaking News

ଖୋର୍ଦ୍ଧା ଜିଲ୍ଲାରେ ୪୪ ଗୋଟି ଅତିରିକ୍ତ ନୂତନ ମତଦାନ କେନ୍ଦ୍ର ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରାଯିବ

August 03
09:27 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୩/୮ : ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଖୋର୍ଦ୍ଧା ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ,ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର, ଶ୍ରୀ ରୁଦ୍ର ନାରାୟଣ ମହାନ୍ତି ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂତନ ଭାବେ ଖୋଲା ଯିବାକୁ ଥିବା ବୁଥ ଗୁଡ଼ିକ ଉପରେ ପୁଙ୍ଖାନୂପୁଙ୍ଖ ଆଲୋଚନା କରିଥିଲେ।
୧୧୧ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ, ୧୧୨ ଭୁବନେଶ୍ୱର କେନ୍ଦ୍ର,୧୧୩ ଭୁବନେଶ୍ୱର ମଧ୍ୟ,୧୧୪ ଭୁବନେଶ୍ବର ଏକ୍ରାମ,୧୧୫ ଜଟଣୀ ,୧୧୬ ବେଗୁନିଆ,୧୧୭ ଖୋର୍ଦ୍ଧା ଏବଂ ୧୧୮ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରୁ ଯେଉଁ ନିର୍ବାଚନ ମଣ୍ଡଳୀରେ ନୂତନ ମତଦାନ କେନ୍ଦ୍ର ଖୋଲା ଯିବାକୁ ସ୍ଥରିକୃତ ହୋଇଚ୍ଛି ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ହୋଇଥିଲା।
ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜିକରଣ ଅଧିକାରୀଙ୍କ ଠାରୁ ପ୍ରସ୍ତାବ ପାଇଲା ପରେ ସେଗୁଡିକ ନିର୍ବାଚନ କମିଶନଙ୍କ ନିକଟକୁ ସୁପାରିଶ କରାଯିବା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ବୃନ୍ଦ ମାନଙ୍କ ସହ ଆଲୋଚନା କରାଯାଇ ସେମାନେ ଯେପରି ନିଜର ରାଜନୈତିକ ବି ଏଲ ଓ ଙ୍କୁ ନିଯୁକ୍ତି ଦେବେ ସେଥିପ୍ରତି ଧ୍ୟାନ ଦେବାକୁ ରାଜନୈତିକ ନେତୃବର୍ଗଙ୍କୁ ଅନୁରୋଧ କରାଯାଇଥିଲା।
ପ୍ରକାଶ ଥାଉକି ନୂତନ ମତଦାନ କେନ୍ଦ୍ର ଖୋଲା ଯିବାରେ ୧୧୩ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି,୧୧୬ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାରିଗୋଟି,୧୧୭ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କୋଡ଼ିଏ ଗୋଟି ଏବଂ ୧୧୮ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଠର ଗୋଟି ବୁଥ ଅନ୍ତର୍ଭୁକ୍ତ ଅଟେ।
ଏହି ବର୍ଦ୍ଧିତ ୪୪ ଗୋଟି ବୁଥକୁ ମିଶାଇଲେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଚୂଡାନ୍ତ ବୁଥ ସଂଖ୍ୟା ୨୪୨୫ ହେବ।
ଉକ୍ତ ବୈଠକରେ ୧୧୨ ବିଧାନସଭା,ଇ ଆର ଓ, ଶ୍ରୀ ଧନଞ୍ଜୟ ମହାନ୍ତି,୧୧୩ ବିଧାନସଭା ଇ ଆର ଓ ମନ୍ମଥ କୁମାର ନାୟକ, ଡେପୁଟି କଲେକ୍ଟର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜେଶ କୁମାର ମହାନ୍ତି, ଡେପୁଟି କଲେକ୍ଟର, ନିର୍ବାଚନ ଶ୍ରୀ ମନୋଜ କୁମାର ସେନାପତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ବରିଷ୍ଠ ଓ କନିଷ୍ଠ ସହାୟକ, ସହାୟିକା ଯୋଗଦେଇଥିବା ବେଳେ ଆମ ଆଦମୀ ପାର୍ଟି ର ଶ୍ରୀ ପ୍ରଶାନ୍ତ କୁମାର ରଣସିଂହ, ଭାରତୀୟ ଜାତୀୟ କଂଗ୍ରେସ ର ଶ୍ରୀ ସୌମ୍ୟ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ର ଶ୍ରୀ ବଦ୍ରି ନାରାୟଣ ଦାଶ ଏବଂ ବିଜୁ ଜନତା ଦଳର ଶ୍ରୀ ହେମନ୍ତ କୁମାର ଗୋଛାୟତ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930