Indus Valley Times

ଗଜପତି:କାଶୀନଗର ଠାରେ ବିଜେଡି”ର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି:କାଶୀନଗର ଠାରେ ବିଜେଡି”ର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

October 28
20:04 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧୦: ଗଜପତି ଜିଲ୍ଲା କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ:ଏ:ସି:) ରେ ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜନସଂପର୍କ ପଦଯାତ୍ରାରେ ସମସ୍ତେ କାଶୀନଗର ଏନଏସି: ର ସମସ୍ତ ୱାର୍ଡ , ସାହିବସ୍ତି ବୁଲି ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକହିତକର ତଥା ଜନ କଲ୍ୟାଣ ଯୋଜନା ଗୁଡିକ ଯେଭଳି ତୃଣମୂଳ ସ୍ତରରେ ସମସ୍ତଙ୍କ ଠାରେ ପହଞ୍ଚିବ ଏବଂ ଜିଲ୍ଲାର ବିକାଶ ଧାରାରେ ସମସ୍ତେ ଯେଭଳି ସାମିଲ ହୋଇ ସରକାରଙ୍କ ଯୋଜନା କାର୍ଯ୍ୟର ସଫଳ ରୂପାୟନ ହୋଇ ପାରିବ ସେ ଦିଗରେ ଦଳୀୟ ନେତା ଓ କର୍ମୀ ମାନେ ବାର୍ତ୍ତା ପହଞ୍ଚାଇ ଥିଲେ ।
ଏହି ଅବସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓଙ୍କ ସମେତ ବିଜେଡ଼ିର ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ , ବରିଷ୍ଠ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ , କାଶିନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ: ସୁଧାରାଣୀ , କାଶିନଗର ଏନଏସି ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ , କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟମ୍ମା , ବରିଷ୍ଠ ନେତା ଶ୍ରୀ ବସନ୍ତ ଦାସ , ବିଜେଡ଼ିର ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ , ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ରୋକମ ରାଜଲକ୍ଷ୍ମୀ , ଜୋନ ୬ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଏସ: . ବାଲ ରାଜୁ , ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ପୂର୍ଣବାସୀ ନାୟକ , ମହିଳା ଉପସଭାନେତ୍ରୀ ଶ୍ରୀମତୀ ସଞ୍ଜୁକ୍ତା ବେହେରା , ଶ୍ରୀ ପ୍ରନୋଜ୍ ପଟନାୟକ , ଶ୍ରୀ ଲକ୍ଷ୍ମୀକାନ୍ତ ପରିଛା , ସମସ୍ତ ୱାର୍ଡର କାଉନସିଲର ଏବଂ ବହୁ ସଂଖ୍ୟାରେ ବିଜେଡି ଯୁବ ଛାତ୍ର , ମହିଳା , ଏବଂ ବହୁ ସଂଖ୍ୟାରେ ବିଜେଡି ସମର୍ଥକ ମାନେ ଯୋଗଦେଇ ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କରା ଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031