Indus Valley Times

ଗଜପତି : ଆନ୍ତର୍ଜାତୀୟ ମହିଳା ଦିବସର ତୃତୀୟ ଦିନରେ “ମାରାଥନ୍ ଦୌଡ଼” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଆନ୍ତର୍ଜାତୀୟ ମହିଳା ଦିବସର ତୃତୀୟ ଦିନରେ “ମାରାଥନ୍ ଦୌଡ଼” କାର୍ଯ୍ୟକ୍ରମ ଅନୁଷ୍ଠିତ

March 08
20:59 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୩ : ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୦୬ ମାର୍ଚ୍ଚ ଠାରୁ ୦୮ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଅଛି।
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ତୃତୀୟ ତଥା ଶେଷ ଦିନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବ ନନ୍ଦ ନାୟକ , ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ପ୍ରକଳ୍ପ ପରିଚାଳକ , ଓଡ଼ିଶା ଜୀବିକା ମିଶନ ଗଜପତି ଶ୍ରୀ ଟିମନ ବାରା ପ୍ରମୁଖ ମଞ୍ଚାସିନ ଥିଲେ।
ଆଜିର ତୃତୀୟ ତଥା ଶେଷ ଦିବସର “ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି” କାର୍ଯ୍ୟକ୍ରମ ଅବସରରେ ଶାରୀରିକ ଫିଟନେସ୍ ରଖିବା ସହ ମାରାଥନ୍ ଦୌଡ଼ ମହାରାଜା ରାଜପ୍ରସାଦ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ କରା ଯାଇଥିଲା।
ପରେ ପରେ ଉପସ୍ଥିତ ଥିବା ସମସ୍ତ ମହିଳା ଓ ଛାତ୍ରୀମାନଙ୍କୁ ନିଜର ସୁରକ୍ଷା ନେତୃତ୍ୱ ଉପରେ ସଚେତନତା କରାଯାଇ ଆତ୍ମରକ୍ଷା ପ୍ରଦର୍ଶନ ଏବଂ ତାଲିମ ସମ୍ପର୍କରେ ସଚେତନତା କରାଯାଇଥିଲା।
ଆଜିର ତୃତୀୟ ଦିବସ ତଥା ଶେଷଦିନରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ , ମହିଳା ପୋଲିସ କର୍ମଚାରୀ , ଏନଜିଓ ଓ ମହିଳା ଖେଳାଳି ଏବଂ ପ୍ରଶିକ୍ଷାର୍ଥୀ ମାନେ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର ପାତ୍ର , ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930