Indus Valley Times

ଗଜପତି : ଓଡ଼ିଆ ପକ୍ଷ-୨୦୨୬ ପାଳନର ତ୍ରୟୋଦଶ ଦିବସ ଅବସରରେ ଆଜି “ଆମ ରୁଚି ଆମ ଖାଦ୍ୟ” ଓ ଝୋଟି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଓଡ଼ିଆ ପକ୍ଷ-୨୦୨୬ ପାଳନର ତ୍ରୟୋଦଶ ଦିବସ ଅବସରରେ ଆଜି “ଆମ ରୁଚି ଆମ ଖାଦ୍ୟ” ଓ ଝୋଟି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଓଡ଼ିଆ ପକ୍ଷ-୨୦୨୬ ପାଳନର ତ୍ରୟୋଦଶ ଦିବସ ଅବସରରେ ଆଜି “ଆମ ରୁଚି ଆମ ଖାଦ୍ୟ” ଓ ଝୋଟି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
April 13
22:56 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୩/୪ : ଓଡ଼ିଶା ରାଜ୍ୟ ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାରା ରାଜ୍ୟରେ ପାଳିତ ହେଉଛି ଓଡ଼ିଆ ପକ୍ଷ ୨୦୨୬ । ଏହି ପକ୍ଷ ପାଳନର ଆଜି ତ୍ରୟୋଦଶ ଦିବସରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନର ମିଳିତ ସହଯୋଗରେ ” ଆମ ରୁଚି ଆମ ଖାଦ୍ୟ” ଓ ଝୋଟି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ , ଜିଲ୍ଲା ପରିଷଦର ଅତିରିକ୍ତ ସିଡ଼ିଓ ଶ୍ରୀ ପୃଥ୍ବୀରାଜ ମଣ୍ଡଳ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ କାଉନସିଲର ବାଳକୃଷ୍ଣ ପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ ।
ଅତିଥି ମାନେ ଓଡ଼ିଆ ପକ୍ଷ ପାଳନର ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଓଡ଼ିଆ ସଂସ୍କୃତି ପରମ୍ପରାର ଏକ ବିଶ୍ଵ ବିଦିତ ପରମ୍ପରା ରହିଛି । ଓଡ଼ିଆ ଜାତି ବା ଓଡ଼ିଆ ମାନେ ହେଉଛି ଏକ ଖାଦ୍ୟ ପ୍ରିୟ ଜାତି ।
ଆମର ଐତିହ୍ୟ , ସଂସ୍କୃତି ଓ ପରମ୍ପରା ଯେଉଁଭଳି ବିଶ୍ଵ ପ୍ରସିଦ୍ଧ , ଏଥିରେ ଆମ ଖାଦ୍ୟ ପେୟର ମଧ୍ୟ ଏକ ସ୍ଵତନ୍ତ୍ରତା ରହିଛି । ଆଜି ବିଭିନ୍ନ ମା ମାନେ ତାଙ୍କ ପାରମ୍ପରିକ ରନ୍ଧା ରୁଚି ଓ ପୁଷ୍ଟିକର ଖାଦ୍ୟ ପରସି ପ୍ରଦର୍ଶନ କରିଛନ୍ତି। ।
ଆୟୋଜିତ \”ଆମ ରୁଚି ଆମ ଖାଦ୍ୟ\” ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମା ମାନେ ଅତ୍ୟନ୍ତ ଉତ୍ସାହର ସହ ଭାଗ ନେଇଛନ୍ତି । ତାଙ୍କ ହାତ ରନ୍ଧା ଖାଦ୍ୟ ଖାଇଲେ ବାସ୍ତବିକ୍ ନିଜକୁ ମାନେ ହୁଏ ଯେ , ଆମେ ଜଣେ ଓଡ଼ିଆ ଏବଂ ଏହି ଖାଦ୍ୟରେ ଓଡ଼ିଆତ୍ୱର ଏକ ବାସ୍ନା ଆସିଯାଉଛି । ଏଇଟା ହିଁ ଆମର ପରିଚୟ , ଯାହାକୁ ନେଇ ଆମେ ଆଜି ଓଡ଼ିଆ ବୋଲି ଗର୍ବ କରୁଛୁ ବୋଲି କହିଥିଲେ ।
ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ୩୦ ରୁ ଉର୍ଦ୍ଧ୍ବ ଉର୍ଦ୍ଧ୍ବ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ନିଜ ଘରେ ଓଡ଼ିଆ ପାରମ୍ପରିକ ରୁଚି ଖାଦ୍ୟ ପ୍ରସ୍ତୁତ କରି ଆଣି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଏଥିରେ ବିଚାରକ ଭାବେ ଜିଲ୍ଲା ଖାଦ୍ୟ ନୀରିକ୍ଷିକା ଶ୍ରୀମତୀ ତପସ୍ଵିନୀ ବେହେରା ଏବଂ ଅଧ୍ୟାପିକା ମନସ୍ଵିନୀ ପ୍ରଧାନ ଯୋଗ ଦେଇଥିଲେ । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟତଃ ବିଭିନ୍ନ ପର୍ବପର୍ବାଣୀରେ ଯେଉଁସବୁ ପାରମ୍ପରିକ ପିଠା ପଣା ସବୁ ପ୍ରସ୍ତୁତ କରି ଭୋଗ ଲଗା ଯାଇଥାଏ , ସେସବୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରା ଯାଇଥିଲା ।
ଏହି ଅବସରରେ ଏକ ଚିତ୍ତାକର୍ଷକ ଝୋଟି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଯୁବତୀ ଭାଗ ନେଇ ଆକର୍ଷଣୀୟ ରଙ୍ଗ ବେରଙ୍ଗର ଝୋଟି ଚିତ୍ର ପ୍ରସ୍ତୁତ କରିଥିଲେ। ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ ପରିଚାଳନା କରିଥିବା ବେଳେ ରାଜଲକ୍ଷ୍ମୀ ବେହେରା ଏବଂ ଇନ୍ଦିରା ଗୌଡ଼ ଓ ଅନ୍ୟ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930