Indus Valley Times

ଗଜପତି :କେନ୍ଦ୍ର ସରକାର ଚୁଡ଼ା , ମୁଢ଼ି ଓ ଲିଆ ପ୍ରଭୃତି ଖାଦ୍ୟ ପଦାର୍ଥର ଜିଏସଟି ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

 Breaking News

ଗଜପତି :କେନ୍ଦ୍ର ସରକାର ଚୁଡ଼ା , ମୁଢ଼ି ଓ ଲିଆ ପ୍ରଭୃତି ଖାଦ୍ୟ ପଦାର୍ଥର ଜିଏସଟି ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

August 06
10:38 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୮: କେନ୍ଦ୍ର ଓ ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ କମାଇବା ଏବଂ କେନ୍ଦ୍ରର ବିଜେପି ସରକାର ଚୁଡ଼ା , ମୁଢ଼ି , ଲିଆ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥରେ ଲଗାଇଥିବା ଜିଏସଟିକୁ ତୁରନ୍ତ ପ୍ରତ୍ୟାହାର କରିନେବା ଦାବିରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିବାଦ ରାଲି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶରଥି ଗମାଙ୍ଗ\’ଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହୋଇ ଏକ ପ୍ରତିବାଦ ରାଲିରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଥିଲେ ।
କେନ୍ଦ୍ରର ବିଜେପି ସରକାର ଆଜି ଯେଉଁ ଜିଏସଟି ଉପରେ ଲଗାମ ଲଗାଇଛି। , ଏହା ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି କାହାକୁ ଏଥିରେ ଛଡା ଯାଇନି , ତେଣୁ ତାର ପ୍ରତିବାଦରେ ଆଜି କଂଗ୍ରେସ ଏହିଭଳି ଆନ୍ଦୋଳନ କରୁଛି। , ଆଗାମୀ ଦିନରେ ଯଦି ମୁଢ଼ି , ଦହି , କ୍ଷୀର , ଲିଆ ପ୍ରଭୃତିରେ ଯଦି ଜିଏସଟି ପ୍ରତ୍ୟାହାର କରା ନ ଯାଏ , ତା ହେଲେ ଏହା ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ କହିଛନ୍ତ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031