Indus Valley Times

ଗଜପତି: ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

 Breaking News

ଗଜପତି: ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

September 04
21:28 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୯: ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ପ୍ରଥମ ବୈଠକ କାର‌୍ୟ୍ୟକ୍ରମ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକ କାର୍ଯ୍ୟାକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।
ମୁଖ୍ୟତଃ କାଳକ୍ରମେ ଜିଲ୍ଲାର ଲୋପ ପାଇ ଯାଉଥିବା ବିଭିନ୍ନ ଲୋକ କଳା , ସଂସ୍କୃତି ଓ ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଆଲୋଚନା କରା ଯାଇଥିଲା ।
ସେହିପରି ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରାଯିବା ଓ ଜିଲ୍ଲାର ପଞ୍ଜୀକୃତ ଅନୁଷ୍ଠାନ ଗୁଡ଼ିକୁ ବର୍ଷକୁ ଥରେ ମାତ୍ର ଆର୍ଥିକ ସହଯୋଗ ଦିଆଯିବା , ଆର୍ଥିକ ସହାୟତା ରାଶି ପରିମାଣ , ସଂସ୍କୃତି ଭବନ ନିର୍ମାଣ ଓ ଗଜପତି ଉତ୍ସଵ ପାଳନ ପ୍ରଭୃତି ବିଷୟ ଗୁଡ଼ିକ ଉପରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ସହ ବିସ୍ତୃତ ଆଲୋଚନା କରା ଯାଇଥିଲା।
ସେହିଭଳି ଜିଲ୍ଲାରେ ହଜି ଯାଉଥିବା ଲୋକ କଳା ତଥା ପାଇକ ଆଖଡ଼ା, ଭାରତ ଲୀଳା , ପ୍ରହଲ୍ଲାଦ ନାଟକ , ସଖିନାଚ , ଭୂତକେଳି , କୃଷ୍ଣ ଲୀଳା ଓ ଦାସକାଠିଆ ଇତ୍ୟାଦି ବିଭିନ୍ନ ଲୋକ କଳା ଓ ସଂସ୍କୃତିର ପୁନରୁଦ୍ଧାର କିପରି କରା ଯାଇପାରିବ ସେ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରା ଯାଇଥିଲା ।
ବୈଠକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମସ୍ତ\’ଙ୍କୁ ସ୍ଵାଗତ ପ୍ରଦାନ କରିବା ସହ ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମେତ ଉଦ୍ଦେଶ୍ୟ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।
ଏହି ବୈଠକରେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ-ସଦସ୍ୟା ସମେତ ଉପଦେଷ୍ଟା ଗଣ ଅନ୍ୟାନ୍ୟ ମାନେ ଯଥା: ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ପଣ୍ଡିତ ଗୁରୁ ରଘୁନାଥ ପାତ୍ର , ଶ୍ରୀମତୀ ଆଶାଲତା ପାଣିଗ୍ରାହି , ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ , ଶ୍ରୀ ରାଜେନ୍ଦ୍ର କୁମାର ରଥ , ଶ୍ରୀ ମନୋଜ କୁମାର ପାଢୀ , ଶ୍ରୀ ଆଦର୍ଶ ଦାଶ ଓ ଶ୍ରୀ ଗଣେଷ କୁମାର ରାଜୁଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930