Legatus

ଗଜପତି: ଜିଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ଜୀବା ଏବଂ ତରଙ୍ଗଡା ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ ଜୀବା ଏବଂ ତରଙ୍ଗଡା ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 29
21:34 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୧:ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ର ଷଷ୍ଠ ଦିବସ\’ରେ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ଏବଂ ତରଙ୍ଗଡା ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଗୁଡ଼ିକ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜୀବା ଗ୍ରାମ ସ୍ଥିତ ପଞ୍ଚାୟତ ର୍କାର୍ଯ୍ୟାଳୟ ପରିସରରେ ଭାରତ ସରକାରଙ୍କ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସେଠାରେ ବିଭିନ୍ନ ସ୍ତରରେ ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର , ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର , ଡ୍ରୋନ- ପ୍ରତିନିଧି – ଓମିତା ପାତ୍ର , ପିଇଓ: ଶ୍ରୀ ସହଦେବ କଳିଙ୍ଗ , ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇବା ସହ ଯୋଜନାର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହି ସଚେତନ କରାଇଥିଲେ ।
। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥରେ ଲାଗିଥିବା ଏଲଇଡି: ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ୩ ଜଣ ହିତାଧିକାରୀ ଯଥା:-ଯୋଗିପାଡୁ ଗ୍ରାମର କୃଷ୍ଣଚନ୍ଦ୍ର ଶବର ପିଏମ: ଆବାସ ଯୋଜନା ସମ୍ପର୍କରେ , ଜୀବା ଗ୍ରାମର ବାବୁଲା କରେଇ ପିଏମ କିସାନ ସମ୍ପର୍କରେ ଏବଂ କେ: ସାଜନୀ ପିଏମ: ଉଜ୍ଜଲା ଯୋଜନା ସମ୍ପର୍କରେ କିଭଳି ସେମାନେ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହିଥିଲେ ଏବଂ ସେହି ହିତାଧିକାରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କିଶୋରୀ ବାଳିକା ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଶେଷରେ ନିକଟସ୍ଥ ଚାଷ ଜମି ଠାରେ ଚାଷ ଜମିରେ ସାର , ପାଣି ଓ କିଟ ନାଶକ ଔଷଧ ପକାଇବା କ୍ଷେତ୍ରରେ ଡ୍ରୋନ କିଭଳି ବ୍ୟବହାର କରିବେ , ସେ ସମ୍ପର୍କରେ ପ୍ରଦର୍ଶିତ କରା ଯାଇଥିଲା ।
ଭାରପ୍ରାପ୍ତ ଜିପିଇଓ: ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଶ୍ରୀ ବି: ଶଙ୍କର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସହଦେବ କଳିଙ୍ଗ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31