Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ସମାରୋହ ,୧ ଲକ୍ଷ ୮୯ ହଜାର ୧୮୭ ଜଣଙ୍କୁ ଦେବା ଲକ୍ଷ୍ୟଧାର୍ଯ୍ୟ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ସମାରୋହ ,୧ ଲକ୍ଷ ୮୯ ହଜାର ୧୮୭ ଜଣଙ୍କୁ ଦେବା ଲକ୍ଷ୍ୟଧାର୍ଯ୍ୟ

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ସମାରୋହ ,୧ ଲକ୍ଷ ୮୯ ହଜାର ୧୮୭ ଜଣଙ୍କୁ ଦେବା ଲକ୍ଷ୍ୟଧାର୍ଯ୍ୟ
August 11
10:53 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୮: ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନର ଶୁଭାରମ୍ଭ ସମାରୋହ ଆଜି ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ସମେତ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ଛୋଟ ପିଲା ମାନଙ୍କୁ ମଧ୍ୟ କୃମି ନାଶକ ଔଷଧ ଦିଆ ଯାଇଛି । ଚଳିତ ବର୍ଷ ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାର ୧ଲକ୍ଷ ୮୯ ହଜାର ୧୮୭ ଜଣ ପିଲାଙ୍କୁ ଏହି କୃମି ନାଶକ ଔଷଧ ଦିଆ ଯିବାକୁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି ।
ମୁଖ୍ୟତଃ ପିଲାମାନେ ଖାଲି ପାଦରେ ଚଲାବୁଲା କରିବା ଏବଂ ଦୂଷିତ ଜଳ ବ୍ୟବହାର କରିବା ଦ୍ବାରା ସେମାନେ କୃମି ରୋଗର ଶିକାର ହୋଇଥାନ୍ତି ଫଳରେ ସେମାନେ ରକ୍ତ ହିନତାର ଶିକାର ହେବା ସହ ସେମାନଙ୍କ ଶାରିରୀକ ଓ ମାନସିକ ଅଭିବୃଦ୍ଧିରେ ବ୍ୟାଘାତ ସୃଷ୍ଟି ହୋଇଥାଏ।
ତେଣୁ ଏହି କୃମି ରୋଗକୁ ରୋକିବା ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମ ସହ ୧ ରୁ ୫ ବର୍ଷ ବୟସ ପିଲାଙ୍କୁ ସିରାପ ଔଷଧ ଏବଂ ୫ ରୁ ୧୯ ବର୍ଷ ବୟସର ପିଲାଙ୍କୁ ବଟିକା ଔଷଧ ଦିଆଯାଉଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କର କହିଥିଲେ ଯେ , ଜିଲ୍ଲାରେ ଆଜି ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନଙ୍କୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟରେ ମାଗଣା କୃମିନାଶକ ଔଷଧ ଦିଆଯିବ। ଅଣପଞ୍ଜିକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଏବଂ ପ୍ରଜନନକ୍ଷମ ୨୦ ରୁ ୨୪ ବର୍ଷର ମହିଳା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ଖାଇବେ।
ଯେଉଁମାନେ ଜାତୀୟ କୃମିନାଶକ ଦିବସରେ ଏହି କୃମି ବଟିକା ଖାଇ ପାରି ନଥିବେ ସେମାନେ ୧୭ ଅଗଷ୍ଟ ୨୦୨୩ ମପ୍ -ଅପ୍ ଦିବସ ଦିନ ଏହି ଔଷଧ ଖାଇପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଞ୍ଜ କହିଥିଲେ।
ସେହିପରି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ଭୁୟାଁ କୃମି ନାଶକ ଔଷଧ ସେବନ ବ୍ୟତୀତ ଅନ୍ୟାନ୍ୟ ସତର୍କତା ପଦକ୍ଷେପ ଯାହା କୃମି ସଂକ୍ରମଣରୁ ଦୂରେଇ ରଖିବ ଯଥା- ନିଜ ନଖ ପରିଷ୍କାର ରଖିବା , ସର୍ବଦା ବିଶୁଦ୍ଧ ଜଳ ପାନୀୟ ଭାବେ ବ୍ୟବହାର କରିବା , ଖାଦ୍ୟ ଘୋଡେଇ ରଖିବା , ବ୍ୟବହାର ପୂର୍ବରୁ ପରିଷ୍କାର ପାଣିରେ ଖାଦ୍ୟ ଓ ପନିପରିବା ଧୋଇବା , ଖାଇବା ପୂର୍ବରୁ ଶୈାଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା , ନିଜ ପରିବେଶ ନିର୍ମଳ ରଖିବା , ଖୋଲାରେ ମଳତ୍ୟାଗ ନକରି ସର୍ବଦା ଶୌଚାଳୟ ବ୍ୟବହାର କରିବା ଉପରେ ଲୋକମାନଙ୍କୁ ସଚେତନ କରାଇଥିଲେ ।
ଏହି ବୈଠକରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଜିଲ୍ଲା ପରିସଂଖ୍ୟାନ ନିରୀକ୍ଷକ ଶ୍ରୀ ନେତ୍ରାନନ୍ଦ ଶତପଥୀ ସ୍ୱାଗତ ଭାଷଣ ଦେବା ସହ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଜାତିୟ ସ୍ବାସ୍ଥ୍ୟ ମିଶନ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ସୁଶ୍ରୀ ସୌମ୍ୟା ରାଣୀ ଗୌଡ଼ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନ କରିଥିବା ବେଳେ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏମଆରସିଏଚ: ପ୍ରଣତି ସାହୁ , ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ଏବଂ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଏପିଏମ: ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
ସେହିଭଳି ପାରଳାଖେମୁଣ୍ଡି ସହରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ପିଲାଙ୍କୁ କୃମି ଔଷଧ ଦିଆ ଯାଇଥିଲା।
କେନ୍ଦ୍ରରେ ଏଏନଏମ: ମାନେ ପିଲାଙ୍କୁ ଆଲୱେନଡେଜାଲ ଶିରାପ ଖୁଆଇ ଥିଲେ , ଏଥିରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ସହଯୋଗ କରିଥିଲେ ।
ଚଳିତ ବର୍ଷ ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ୧୨୧୬ ଏବଂ ବେସରକାରୀ ବିଦ୍ୟାଳୟ ୫୯ ସମେତ ରହିଥିବା ମିନି ଓ ଅଙ୍ଗନବାଡ଼ି କେନ୍ଦ୍ର ମୋଟ ୨୪୩୬ ଟି ରେ ମୋଟ ୧ ଲକ୍ଷ ୮୯ ହଜାର ୧୮୭ ଜଣଙ୍କୁ କୃମି ଔଷଧ ଖୁଆଇବା ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପରିସଂଖ୍ୟାନ ବିଭାଗ ପକ୍ଷରୁ କୁହା ଯାଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031