Legatus

ଗଜପତି: ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ବାବା-ସାହେବ୍ ଡଃ ବି:ଆର: ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ବାବା-ସାହେବ୍ ଡଃ ବି:ଆର: ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ବାବା-ସାହେବ୍ ଡଃ ବି:ଆର: ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ
April 14
17:56 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୪/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ବି:ଆର: ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ଉତ୍ସବ , ସର୍ବ ଭାରତୀୟ ଜାତି ଓ ଅନୁସୂଚିତ ଓ ପଛୁଆ ବର୍ଗ କର୍ମଜୀବୀ ମହାସଂଘ ଗଜପତି ଜିଲ୍ଲା ଶାଖା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ।
ଏହି ଅବସରରେ ମହାସଂଘର ପକ୍ଷରୁ ହାଇସ୍କୁଲ୍ ଛକ ଠାରୁ ବାବା ସାହେବ ଡ଼ଃ ଆମ୍ବେଦକରଙ୍କ ପରିକ୍ରମା ରଥ ସହ ଏକ ବିରାଟ ବାଇକ୍ ରାଲି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ନୂଆ ବସଷ୍ଟାଣ୍ଡ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚିଥିଲେ ।
ନୂଆ ବସଷ୍ଟାଣ୍ଡ ଠାରେ ଆୟୋଜିତ ପ୍ରତିମୂର୍ତ୍ତୀ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ , ଜିଲ୍ଲା ପରିଷଦ ସିଡିଓ: ଡ଼ଃ ଗୁଣନିଧି ନାୟକ , ଉପଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା , ତହସିଲଦାର ଶ୍ରୀ ନାରାୟଣ ବେହେରା ଓ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ\’ଙ୍କ ସମେତ ମହାସଂଘ , ସେବାସ୍ତମ୍ଭ୍ ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ମାନେ ବାବା ସାହେବ୍ ଡଃ ଆମ୍ବେଦକର\’ଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ବୁଦ୍ଧମ୍ ଶରଣମ୍ ଗଛାମୀ\” ପ୍ରାର୍ଥନା ଗାନ କରିଥିଲେ ।
ଏହି ଅବସରରେ ମହାସଂଘ ଓ ସେବାସ୍ତମ୍ଭ ଜିଲ୍ଲା ସଭାପତି ଶ୍ରୀ ଏସ: ପାପ୍ପା ରାଓଙ୍କ ସଂଯୋଜନାରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନେ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ଃ ବି: ଆର: ଆମ୍ବେଦକରଙ୍କ ବାଲ୍ୟ , ସ୍କୁଲ ଓ କର୍ମମୟ ଜୀବନୀ ଆଲୋଚନା କରି ଭାରତ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବା ଓ ଅଛୁଆଁ ଭେଦଭାବ କୁ ଦୂର କରିବାରେ ଡ଼ଃ ଆମ୍ବେଦକରଙ୍କ ପ୍ରମୁଖ ଅବଦାନ ରହିଥିବା କହି ତାଙ୍କ ନୀତି ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।
ଏହି ଅବସରରେ ଶିକ୍ଷାବିତ୍ ଆଚାର‌୍ୟ୍ୟ ବିନୋଦ ଚନ୍ଦ୍ର ଜେନା କାର‌୍ୟ୍ୟକ୍ରମରେ ଯୋଗ ଦେଇ ବାବା ସାହେବ୍ ଡ଼ଃ ବି:ଆର: ଆମ୍ବେଦକରଙ୍କ ବାଲ୍ୟ , ସ୍କୁଲ ଓ କର୍ମମୟ ଜୀବନୀ ଉପରେ ସ୍ଵ ରଚିତ ଏକ ସୁନ୍ଦର କବିତା ପାଠ କରିଥିଲେ ।
ପରେ ମହାସଂଘ ଓ ସେବାସ୍ତମ୍ଭ୍ରର ଜିଲ୍ଲା ଶାଖା କର୍ମକର୍ତ୍ତା ମାନେ ମହାସଂଘ\’ର ଜିଲ୍ଲା ସଭାପତି ଶ୍ରୀ ଏସ: ପାପ୍ପା ରାଓ\’ଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଦଣ୍ଡମାଳା ସାହି ଠାରେ ଥିବା ଡଃ ଆମ୍ବେଦକର\’ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ \” ବୁଦ୍ଧମ ଶରଣମ ଗଛାମି\” ପ୍ରାର୍ଥନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କର୍ମଜୀବୀ ମହାସଂଘ , ଭୀମ ସେନା ଓ ସେବାସ୍ତମ୍ଭର ସଭାପତି ଶ୍ରୀ ଏସ: ପାପ୍ପା ରାଓ ଙ୍କ ସମେତ ଶ୍ରୀ ୱାଇ: ଡିଲେଶ୍ୱର୍ ରାଓ , ଶ୍ରୀ ପୁରୁଷୋତ୍ତମ ବେହେରା , ଶ୍ରୀ ବାବୁଲା ପୂଜାରୀ , ଶ୍ରୀ ନାରାୟଣ ସେଠୀ , ଶ୍ରୀ ଏସ ତିରୁପତି , ଶ୍ରୀ ଗୌରହରି ବେହେରା , ସୁମନ୍ତ ଚିନ୍ତାଡ଼ା , ଶ୍ରୀ ଟି: କିଶୋର , ଶ୍ରୀ ବାବାଜୀ ପ୍ରଧାନ , ଶ୍ରୀ , ଶ୍ରୀ ସୁବାଷ ସେଠୀ , ଶ୍ରୀ ସି:ଏଚ: ଲକ୍ଷଣ ରାଓ , ଶ୍ରୀ ରାମକ୍ରିଷ୍ଣା ପ୍ରମୁଖ ବହୁ ସଖ୍ୟାରେ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ସମସ୍ତ କାର‌୍ୟ୍ୟ ପରିଚାଳନାରେ ଡି ଆଇ ପି ଆର ଓ: ଶ୍ରୀ ପ୍ରଦୀପ୍ତ ଗୁରୁମାୟୀ ଏବଂ ଶ୍ରୀ ନରସିଂହ ବାଜୁବନ୍ଧ ପ୍ରମୁଖଙ୍କ ସମେତ ଭୀମସେନା ଓ ସେବାସ୍ତମ୍ଭ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31