Indus Valley Times

ଗଜପତି : ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

 Breaking News

ଗଜପତି : ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

July 10
21:33 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୭ : ଗଜପତି ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ହୋଇଥିବା କାର‌୍ୟ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀ ନିରୋଦ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ବିଦ୍ୟୁତ୍ ଶେଖର ମିଶ୍ର , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି ଶ୍ରୀ ସୁରେଶ ପଟ୍ଟନାୟକ , ସେଞ୍ଚୁରୀୟନ୍ ବିଶ୍ଵ ବିଦ୍ୟାଳୟର ସହକାରୀ ଅଧ୍ୟାପକ ଶ୍ରୀ ଅରବିନ୍ଦ ଉପାଧ୍ୟାୟ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ମତ୍ସ୍ୟ ଚାଷୀଙ୍କୁ ଅଳ୍ପ ଅର୍ଥ ବିନିଯୋଗ କରି ଅଧିକ ଲାଭ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ମାଛ ଚାଷ ଉତ୍ପାଦନ ହୋଇପାରିବ । ମତ୍ସ୍ୟ ଚାଷ କରିବା ଦ୍ଵାରା ଚାଷୀ ଭାଇ ଭଉଣୀ ମାନେ ଅଧିକ ଲାଭବାନ ପାଇପାରିବେ ।
ଏଥି ସହିତ ମତ୍ସ୍ୟ ଚାଷୀ ନୂତନ ଜ୍ଞାନ କୌଶଳ ପଦ୍ଧତି ଆପଣାଇବା ସହ ତଳିଆ ଜମିରେ ମାଛ ଚାଷ କରି ମତ୍ସ୍ୟ ପୋଖରୀ ନିର୍ମାଣ ଏବଂ ମହିଳା ସଶକ୍ତିକରଣ ଓ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ସେହିପରି ଜିଲ୍ଲାର ତିନି ଜଣ ସଫଳ ମତ୍ସ୍ୟ ଚାଷୀ ଯଥା:- କାଶୀନଗର ବ୍ଲକର ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ , ଗୋସାଣୀ ବ୍ଲକର ଶ୍ରୀମତୀ ଗେଡେଲା କଳ୍ପନା ଓ ଗୁମ୍ମା ବ୍ଲକର ଏଲିଓ ରଇତଙ୍କୁ ସଫଳ ମତ୍ସ୍ୟ ଚାଷୀ ଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମକୁ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ପତି ପରିଚାଳନା କରିଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031