Indus Valley Times

ଗଜପତି: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା

 Breaking News

ଗଜପତି: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା

ଗଜପତି: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା
January 24
10:46 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ତଥା ପରାକ୍ରମ ଦିବସ ଉପଲକ୍ଷେ ଶିକ୍ଷା ମନ୍ତ୍ରଣାଳୟ , ଭାରତ ସରକାରଙ୍କ ତରଫରୁ ଦେଶର ବିଭିନ୍ନ ବିଦ୍ୟାଳୟ\’ରେ ଅନେକ ରଚନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଏହି ଅବସରରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ମନରୁ ପରୀକ୍ଷା ଚାପକୁ ଦୂର କରିବା ପାଇଁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ରେ ଦେଇଥିବା ମନ୍ତ୍ର କୁ ଛାତ୍ରଛାତ୍ରୀଙ୍କ ମନରେ ରଖି ତାର ପ୍ରତିପାଳନ କରିବା ଉଦ୍ଦେଶ୍ୟ ନେଇ ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
‘ପରୀକ୍ଷା ଯୋଦ୍ଧା ‘ ଶୀର୍ଷକ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ସିବିଏସସି: , ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ , ମହାବିଦ୍ୟାଳୟ ସମେତ ରାଜ୍ୟ ବୋର୍ଡର ବିଦ୍ୟାଳୟର ୯୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତା ବେଳେ ସେମାନଙ୍କୁ ଚିତ୍ର ଆଙ୍କିବା ପାଇଁ ସେମାନଙ୍କୁ ଡ୍ରଇଂ ସିଟ ସମେତ ପେନସିଲ , ରଙ୍ଗ ଓ ଅନ୍ୟାନ୍ୟ ଉପକରଣ ଯୋଗାଇ ଦିଆ ଯାଇଥିଲା ।
ନୋଡାଲ ସେଣ୍ଟର ଭାବେ ଏହି ପ୍ରତିଯୋଗିତାର ଦାୟିତ୍ଵ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜନ କରିଥିଲେ।
ଚିତ୍ରାଙ୍କନ ପ୍ରତିଯୋଗିତା ପରେ ଆସିଥିବା ଅତିଥି ମାନେ ଡ୍ରଇଂ ପ୍ରଦର୍ଶନୀ ଦେଖିଥିଲେ। ।
ପରେ ଏହି ଅବସରରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନିସିପାଲ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଏଥିରେ ସଭାପତିତ୍ବ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟର ବିଭିନ୍ନ ଦିଗ ସମ୍ପର୍କରେ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଓ ସେସବୁ ମନ୍ତ୍ର ଉପରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟର ପ୍ରିନିସିପାଲ ଶ୍ରୀ ପ୍ରଦୀପ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ପରୀକ୍ଷା ସମୟ\’ରେ ଓ ପରୀକ୍ଷା ଦେବା ବେଳେ ସେମାନଙ୍କ ମାନସିକ ଚାପ କମାଇବା ପାଇଁ ତଥା ଚାପମୁକ୍ତ ହୋଇ ପରୀକ୍ଷା ଯେଭଳି ଖୁସି ହୋଇ ଦେବେ ଏବଂ ପିଲାମାନେ ଏହି ସମୟ ମଧ୍ୟରେ ନିଜକୁ ଏକ ପର୍ବ ତଥା ମହୋତ୍ସବରେ ଯୋଗ ଦେବାଭଳି ଭାବି ଖୁସି ହୋଇ ପରୀକ୍ଷା ଦେବାକୁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏସଏସଡି: ସ୍କୁଲ ଡିଆଇ: ଶ୍ରୀ ପ୍ରେମାରଞ୍ଜନ ଶତପଥୀ ଏବଂ ବରିଷ୍ଟ କଳା ଶିକ୍ଷକ ଶ୍ରୀ କିଶୋର ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଥିଲେ ।
ଏଥିରେ ପୁରସ୍କୃତ ହୋଇଥିବା ତଥା ଶ୍ରେଷ୍ଠ ୫ ଜଣ ହେଲେ:- ପ୍ରଥମ:- ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବଲିକ ସ୍କୁଲର ଛାତ୍ରୀ ଲିପସିତା ଖଡ଼ଗରାୟ , ଦ୍ଵିତୀୟ:- ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରୀ ଅରୁଣ କୁମାର ସାହୁ , ତୃତୀୟ:- ଗୁଣୁପୁର ସ୍ଥିତ ଗାନ୍ଧୀ ପବଲିକ ସ୍କୁଲର ଛାତ୍ରୀ ପ୍ରାଚୀ ରାଣୀ ପଣ୍ଡା , ଚତୁର୍ଥ:- ପାରଳାଖେମୁଣ୍ଡି ସ୍ଥିତ ଜେଏନଭି: ର ଛାତ୍ର ଶ୍ରୀ ଅଜୁ ଶବର ଏବଂ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀ ସଞ୍ଜୟ ମହାରଣା ପ୍ରମୁଖ ।
ଏମାନ\’ଙ୍କୁ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଜେଏନଭି: ପ୍ରିନିସିପାଲ ଶ୍ରୀ ପଣ୍ଡା ଯୋଗଦେଇ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।
ପ୍ରମାଣପତ୍ର ସହ ପେଟ୍ରିଓଟିକ ବହି ଦିଆ ଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଯଶଶ୍ୱୀ ପ୍ରଧାନମନ୍ତ୍ରୀ\’ଙ୍କ ଏଗଜାମ ୱାରିୟାର୍ସ ପୁସ୍ତକ ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ଏକ ଓଡ଼ିଶୀ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ନିରଞ୍ଜନ ସାହୁ ଉପସ୍ଥିତ ସମସ୍ତ\’ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30