Indus Valley Times

ଗଜପତି : ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ

 Breaking News

ଗଜପତି : ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ

July 23
11:17 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୭: ଭାରତ ସରକାରଙ୍କ ପ୍ରାୟୋଜିତ ଜାତୀୟ ଶିକ୍ଷାନୀତି:-୨୦୨୦ ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସହାୟତାରେ ଆଜି ଗଜପତି ଜିଲ୍ଲାର ୯୧୮ ଗୋଟି ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ ଅବସରରେ ଶିକ୍ଷଣ ସାମଗ୍ରୀ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ମହାରାଜାଙ୍କ ବାଲିକାଉଚ୍ଚ ବିଦ୍ୟାଳୟ ଠାରେ ଏହି ଶିକ୍ଷା ସପ୍ତାହର ପ୍ରଥମ ଦିନରେ ଶିକ୍ଷା ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ହୋଇଯାଇଛି ।
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୋନାଲିସା ଦାସ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇ ଶିକ୍ଷାକୁ ପିଲାଙ୍କ ଠାରେ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଶିକ୍ଷାର ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ଓ ଆଧୁନିକ ଶିକ୍ଷା ଉପରେ ଧାରଣା ଦେଇ ଜଣାଇବା ଏବଂ ଶିକ୍ଷାର ମାନକୁ ବୃଦ୍ଧି କରିବା ଏହିଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ୱାଇ: ଧର୍ମାରାଓ , ଶ୍ରୀ ଡି: ଶ୍ରାମ ମୂର୍ତ୍ତୀ ଏବଂ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଶିକ୍ଷଣ ସାମଗ୍ରୀ ଦ୍ଵାରା କିଭଳି ଆଗ୍ରହର ସହିତ ଶିକ୍ଷଣ ଉପରେ ଜ୍ଞାନ ଆହରଣ କରିହେବ ସେ ସମ୍ପର୍କରେ ବୁଝାଇ ସପ୍ତାହ ବ୍ୟାପୀ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ।
ପରେ ପିଲାମାନଙ୍କୁ ବିଭିନ୍ନ ଗ୍ରୁପ ରେ ବିଭକ୍ତ କରାଯାଇ ବିଭିନ୍ନ ଦୃଶ୍ୟ ସ୍ରାବ ମାଧ୍ୟମରେ ଶିକ୍ଷଣ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ଏବଂ ଅନ୍ୟାନ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରା ଯାଇଥିଲା ।
ସେହିଭଳି ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମଧ୍ୟ ବିଦ୍ୟାଳୟରେ ଏହି ଶିକ୍ଷା ସପ୍ତାହ ପାଳନ ଅବସରରେ ଶିକ୍ଷା ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରା ହୋଇଥିଲା ।
ସେଠାରେ ଛାତ୍ରିଆନେ ବିଭିନ୍ନ ପ୍ରୋଜେକ୍ଟ ପ୍ରସ୍ତୁତ ସହ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ ଏବଂ ତା ଉପରେ ଶିକ୍ଷୟତ୍ରୀ ମାନେ ପିଲାମାନଙ୍କୁ ବୁଝାଇ ଥିଲେ ।
ଏ ସମ୍ପର୍କରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୋନାଲିସା ଦାସ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଗୌରୀ ବେହେରା ଏଭଳି କାର୍ଯ୍ୟକ୍ରମ ପିଲାଙ୍କ ଶିକ୍ଷା ସମ୍ବନ୍ଧୀୟ ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି ଏବଂ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସଞ୍ଜିତା ସାହୁ ଏବଂ ଆଦ୍ୟା ଲିପସା ଦାସ ଏଭଳି ଶିକ୍ଷଣ କାର୍ଯ୍ୟକ୍ରମ ଦ୍ବାରା ସେମାନେ ଶିକ୍ଷା କ୍ଷେତ୍ରରେ ବେଶ୍ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।
ଏଭଳି ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳନ ଅବସରରେ ଆଜି ଏହାର ପ୍ରଥମ ଦିନରେ ଶିକ୍ଷା ଶିକ୍ଷଣ ସାମଗ୍ରୀ ଦିବସ ଗଜପତି ଜିଲ୍ଲାର ୯୧୮ ଗୋଟି ରହିଥିବା ସମସ୍ତ ସରକାରୀ ପ୍ରାଥମିକ , ଉଚ୍ଚ ପ୍ରାଥମିକ , ଉଚ୍ଚ ବିଦ୍ୟାଳୟ ଏବଂ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ପାଳିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031