Indus Valley Times

ଗଜପତି : ଭୁବନି ଠାରେ ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତିନି ଦିନିଆ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଭୁବନି ଠାରେ ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତିନି ଦିନିଆ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଭୁବନି ଠାରେ ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତିନି ଦିନିଆ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ
April 16
10:51 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୪ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଭୁବନି, ଅଜୟଗଡ ଓ କୁଜାସିଂ ପଞ୍ଚାୟତରେ ଭିନ୍ନ ଭିନ୍ନ ଭାବେ ସେଠାକାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓପିଇଏଲଆଇପି: ପ୍ରକଳ୍ପ ସହାୟତାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଜନ କଲ୍ୟାଣ ପ୍ରତିଷ୍ଠାନ’ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା ।
ଭୁବନି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ପ୍ରଦୀପ ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ନାଏବ ସରପଞ୍ଚ ଶ୍ରୀମତୀ ଜ୍ୟୋତି ଗମାଙ୍ଗଙ୍କ ସମେତ ୧୧ ଜଣ ସମିତି ଓ ୱାର୍ଡ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ ।
ମୁଖ୍ୟତଃ ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ସମସ୍ତେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ପଞ୍ଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି କର୍ମଶାଳା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
କର୍ମଶାଳା କାର୍ଯ୍ୟକ୍ରମରେ ମୁଖ୍ୟତଃ ଭୁବନି ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରକାରର ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମର ସମସ୍ୟା ଗୁଡିକ ଉପରେ ଆଲୋଚନା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଓପିଇଏଲଆଇପି: ପ୍ରକଳ୍ପ ପକ୍ଷରୁ ଜନ କଲ୍ୟାଣ ପ୍ରତିଷ୍ଠାନ ଦ୍ୱାରା ଗଠନ କରା ଯାଇଥିବା ଗ୍ରାମ୍ୟ ଉନ୍ନୟନ କମିଟିର କର୍ମକର୍ତ୍ତା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହି କର୍ମଶାଳା କାର୍ଯ୍ୟକ୍ରମରେ ୨୦୧୭-୧୮ ରୁ ୨୦୨୧-୨୨ ପର୍ଯ୍ୟନ୍ତ ଭୁବନି ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ କାର୍ଯ୍ୟକାରୀ କରା ଯାଇଥିବା ବିଭିନ୍ନ ବିକାଶ-ମୂଳକ କାର୍ଯ୍ୟକ୍ରମ ଗୁଡିକ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ପ୍ରଦର୍ଶନ କରା ଯାଇଥିଲା ।
ଏଥି ସହିତ ଚଳିତ ୨୦୨୨-୨୩ରେ କାର୍ଯ୍ୟକାରୀ ହେବାକୁ ଥିବା ବାର୍ଷିକ ଯୋଜନା ଗୁଡିକ ଉପରେ ଉପସ୍ଥାପନା କରାଯାଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ସରପଞ୍ଚ ଶ୍ରୀ ପ୍ରଦୀପ ମଣ୍ଡଳ , ସେ ନିଜେ ଜନ କଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଓପିଇଏଲଆଇପି: ପ୍ରକଳ୍ପରେ ଗୋଷ୍ଠୀ ସମ୍ବଳ ସାଧନ ବ୍ୟକ୍ତି ଭାବେ ୫ ବର୍ଷରୁ ଅଧିକ କାଳ ପର୍ଯ୍ୟନ୍ତ କାର୍ଯ୍ୟ କରି ବର୍ତ୍ତମାନ ଭୁବନି ପଞ୍ଚାୟତର ଜଣେ ଯୁବ ଉଦୀୟମାନ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ।
ଅନ୍ୟପକ୍ଷରେ ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ବିକାଶ କମିଟି(ଭିଡ଼ିସି) ସହିତ ଗ୍ରାମ ପଞ୍ଚାୟତ ଏବଂ ଏସଏଚଜୀ ମଣ୍ଡଳୀ , ଜିକେଏସ , ଏସଏମସି ଓ ଗ୍ରାମ ସ୍ତରୀୟ ବିଭିନ୍ନ ଗୋଷ୍ଟୀଗତ କମିଟି ଗୁଡିକ ଏକତ୍ରିତ ହୋଇ ସାମଗ୍ରିକ ଭାବେ ବିକାଶ ମୂଳକ କାର୍ଯ୍ୟ ଗୁଡିକ କାର୍ଯ୍ୟକାରୀ କରାଯିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ଓପିଇଏଲଆଇପି: ପ୍ରକଳ୍ପର ଶ୍ରୀ ପି: ଜୀବନ ଦାସ ଆଗାମୀ ଆର୍ଥିକ ବର୍ଷରେ ଜନ କଲ୍ୟାଣ ପ୍ରତିଷ୍ଠାନ ଓ ଗ୍ରାମ ପଞ୍ଚାୟତ ସହ ଓପିଇଏଲଆଇପି: ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ବୁଝାଇଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଜନ କଲ୍ୟାଣ ପ୍ରତିଷ୍ଠାନ ଏଲଏସଡିଏ: ସେରଙ୍ଗ ସହ ଗଗନ ୨୦୧୭-୧୮ ରୁ ଓପିଇଏଲଆଇପି: ପ୍ରକଳ୍ପ ଏଫଏନଜିଓ: ଭାବେ କାର୍ଯ୍ୟକାରୀ କରି ଆସୁଛି ଏବଂ ଏହି ସବୁ କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଟିମ-ଲିଡର ବିଉଟି କୁମାରୀ ଲିମାଙ୍କ ଦ୍ୱାରା ପରିଚାଳନା ହୋଇଆସୁଛି ।
କାର୍ଯ୍ୟକ୍ରମ ଆୟୋଜନରେ ଅନୁଷ୍ଠାନର ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ଅଂଶୁମାନ ଧୋବା , ପ୍ରଣବ ବେହେରା ଓ ଆଲୋକ ରଞ୍ଜନ ମଲ୍ଲିକ ପ୍ରମୁଖ ବାର୍ଷିକ ବିବରଣୀ ଓ ବାର୍ଷିକ କାର୍ଯ୍ୟକ୍ରମ ଅଟକାଳ ଉପରେ ଉପସ୍ଥାପନା କରିବା ପାଇଁ ସିଆରପି ମାନଙ୍କୁ ସହଯୋଗ କରିଥିଲେ ।
ପ୍ରତିଷ୍ଠାନର ଶ୍ରୀ ଅକ୍ଷୟ କୁମାର ମହାନ୍ତି ସ୍ବାସ୍ଥ୍ୟ ଓ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ ।
ଶ୍ରୀ ମାନସ ରଞ୍ଜନ ବିଶ୍ୱାସ ରାୟ , ଶ୍ରୀ ଅନାମ ମଣ୍ଡଳ , ଶ୍ରୀ ସାରଥୀ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଶ୍ରୀ ଏ: ରଇତ ଓ ଲିଙ୍ଗୁ ରଇତ ଗ୍ରାମ୍ୟ ଉନ୍ନୟନ କମିଟି (ଭିଡ଼ିସି)ର କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ ।
ପରି ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଶ୍ରୀ ସବିନ ରଇତ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031