Indus Valley Times

ଗଜପତି: ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ କାର୍ଯ୍ୟକ୍ରମ ପାଳିତ

ଗଜପତି: ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ କାର୍ଯ୍ୟକ୍ରମ ପାଳିତ
March 11
21:05 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୩: ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତେଇସିଣୀ ସମାଜର ସମ୍ମିଳନୀ କକ୍ଷ ଠାରେ ଆଜି ଉତ୍କଳ ହିତେଇସିଣୀ ସମାଜ ଓ ସାମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ସମାଜର ସମ୍ପାଦକ ଉପାନ୍ତ ପ୍ରହରୀ ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅଧ୍ୟାପକ ଶ୍ରୀ ଦେବାଶିଷ ମହାପାତ୍ର ଏବଂ ଶିକ୍ଷାବିତ ଶ୍ରୀମତୀ ଆଶାଆଲତା ପାଣିଗ୍ରାହୀ ପ୍ରମୁଖ ମଞ୍ଚଆସୀନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଓଡ଼ିଆ ଭାଷାର ଅଧିକ ପ୍ରାଚୀନତା ଓ ସାହିତ୍ୟକୃତି ଥିବା ସହ ସଭ୍ୟତା ଓ ଜାତି ମଧ୍ୟରେ ରହିଥିବା ଯୋଗୁଁ ହିଁ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ପଦବାଚ୍ୟ ହୋଇଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଓଡିଶା ସାହିତ୍ୟ ଏକାଡେମୀ-ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ଵେବର୍ତ୍ତା , ଶ୍ରୀ ଭାଗବତ ପାଢ଼ୀ ଏବଂ ଶୁଶ୍ରୀ ଶ୍ଵେତା ପଟନାୟକ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଓ ଅଧିକ ସମୃଦ୍ଧତା ଉପରେ ଆଲୋଚନା କରି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଧୀରେ ଧୀରେ ଲୋପ ପାଇଯାଉଛି ।
ଏ ଦିଗରେ ଆମର ନୈତିକ କର୍ତ୍ତବ୍ୟ ରହିବା ଆବଶ୍ୟକ ଯେ , ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ଓ ଏହାର ଉନ୍ନତି ପାଇଁ ଆମର ମାନସିକତାରେ ପରିବର୍ତ୍ତନ ରଖିବା ସହ ସଚେତନତା ହୋଇ ଓଡ଼ିଆ ଭାଷାର ବହୁଳ ବ୍ୟବହାରର ଆବଶ୍ୟକତା ରହିଛି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଗୀତାଞ୍ଜଳି ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ମୁରଲୀ ଧର ପରିଛା ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031