Indus Valley Times

ଗଜପତି : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୮ ତମ ଏନସିସି: ଦିବସ ମହା ସମାରୋହରେ ପାଳିତ

 Breaking News

ଗଜପତି : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୮ ତମ ଏନସିସି: ଦିବସ ମହା ସମାରୋହରେ ପାଳିତ

ଗଜପତି : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୮ ତମ ଏନସିସି: ଦିବସ ମହା ସମାରୋହରେ ପାଳିତ
November 24
11:19 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୪/୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ୭୮ ତମ ଏନସିସି: ଦିବସ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏନସିସି: ପତାକା ଉତ୍ତୋଳନ କରିଥିଲେ ।
ଏହି ସମୟରେ ଏନସିସି: ସଙ୍ଗୀତ \”ହମ୍ ସବ ଭାରତୀୟ ହେଁ – ହମ୍ ସବ ଭାରତୀୟ ହେଁ\” ଗୀତକୁ ଉପସ୍ଥିତ ସମସ୍ତ କ୍ୟାଡେଟ ଓ ଅନ୍ୟମାନେ ସମୂହ ଗାନ କରିଥିଲେ ।
କେଡେଟ ମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁ କହିଥିଲେ ଯେ , ସମାଜର ଉନ୍ନତି ଓ ଦ୍ୱନ୍ଦ ପ୍ରତ୍ୟାହାର କରିବା ସହ ବିଭିନ୍ନତା ମଧ୍ୟରେ ଏକତା ଆଣିବା ପାଇଁ ସଚେତନ ସୃଷ୍ଟି କରିବା ଏବଂ ସର୍ବୋପରି ଦେଶ ସୁରକ୍ଷା ଦିଗରେ ନିଜକୁ ନିୟୋଜିତ କରିବା ହେଉଛି ଏନସିସି:ର ମୁଳ ଲକ୍ଷ୍ୟ।
ସାଧାରଣତଃ ଏହିମାନେ ହିଁ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଉତ୍ସର୍ଗିତ କରିବା ସହ ଏନସିସି: ମାଧ୍ୟମରେ ଏହି ମାନେ ନିଜର ସାମର୍ଥ୍ୟ ପ୍ରତିପାଦନ କରିବାରେ ସହାୟକ ହୋଇଥାନ୍ତି ।
ତେଣୁ ଏକତା ଓ ଶୃଙ୍ଖଳା ଦ୍ଵାରା ଏନସିସି: ର ମୂଳମନ୍ତ୍ର କୁ ବଜାୟ ରଖିବାକୁ ହେବ । ଶାରୀରିକ ଭାବେ ଶକ୍ତିଶାଳୀ , ମାନସିକ ଭାବେ ସତର୍କତା ଏବଂ ନୈତିକ ଭାବେ ସଚ୍ଚୋଟ ହୋଇ ସମ୍ମାନ , ସାହାସ ଏବଂ ଅଖଣ୍ଡତାର ସହିତ ଆମ ରାଷ୍ଟ୍ରର ସେବା କରିଚାଲିବା ।
ୟୁନିଫର୍ମର ମର‌୍ୟ୍ୟାଦା ଏବଂ ଏହାର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଶାନ୍ତି , ସଦ୍ଭାବ ଏବଂ ଜାତୀୟ ସଂହତି ପାଇଁ କାମ କରିବା ଆମର ଲକ୍ଷ୍ୟ ରହିବା ଉଚିତ୍ ବୋଲି କହିଥିଲେ ।
ଭାରତର ଯୁବକ ମାନଙ୍କୁ ଶୃଙ୍ଖଳିତ ଭାବେ ଗଢି ତୋଳିବାରେ ଏନସିସି:ର ଅତୁଳନୀୟ ଭୂମିକା ରହିଛି ବୋଲି କହି ଏନସିସି: ଯୁବପିଢି\’ଙ୍କ ମନରେ ଦେଶପ୍ରେମ ଓ ଶୃଙ୍କଳିତ ନେତୃଭାବ ଏବଂ ସମାଜ ସେବାର ମୂଲ୍ୟବୋଧ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଏନସିସି: ଲେଫ୍ଟନାଣ୍ଟ ଅଧ୍ୟାପକ ଶ୍ରୀ କୁଶ କହଁର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ମହାବିଦ୍ୟାଳୟର ଏନସିସି: କ୍ୟାଡେଟ ମାନଙ୍କ ବିଭିନ୍ନ କ୍ୟାମ୍ପରେ ସଫଳତା ହାସଲ କରିଥିବା ସମ୍ପର୍କରେ କହିଥିଲେ ।
ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଭୂୟାଁ , ଏନସିସି:ର ମୂଳମନ୍ତ୍ର କୁ ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତ କ୍ୟାଡେଟ ମାନଙ୍କୁ ଶପଥ ପାଠ କରାଇଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଅଧ୍ୟକ୍ଷ ଶ୍ରୀ ଭୂୟାଁ ମହାବିଦ୍ୟାଳୟ ପରିସରରେ ଥିବା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅଧ୍ୟକ୍ଷ ଶ୍ରୀ ଭୂୟାଁ ପ୍ୟାରେଡ ଦଳ ପରିଦର୍ଶନ କରିବା ସହ ଅନୁଷ୍ଠିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।
ଏନସିସି: ସିନିୟର୍ ଅଣ୍ଡର ଅଫିସର୍ ଶ୍ରୀ ଦିନେଶ କୁମାର ପ୍ୟାରେଡ ଦଳର ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଗଣ ଡ଼ଃ ପ୍ରିୟବ୍ରତ ଶତପଥୀ , ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ମିଶ୍ର ଏବଂ ଅଧ୍ୟାପକ ଶ୍ରୀ ସୁମନ୍ତ ବେହେରା ପ୍ରମୁଖଙ୍କ ସମେତ ଅନ୍ୟମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930