Indus Valley Times

ଗଜପତି : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରତିଜ୍ଞା ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରତିଜ୍ଞା ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରତିଜ୍ଞା ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
August 13
20:27 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୩/୮ : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ଏବଂ ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ସହଯୋଗରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ନୂତନ ଅଡିଟୋରିୟମ ହଲ ଠାରେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ପ୍ରତିଜ୍ଞା ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଯୁବପିଢ଼ି ଏବଂ ସମ୍ପ୍ରଦାୟ ମଧ୍ୟରେ ନିଶାମୁକ୍ତ ସମାଜ ଗଠନ ବିଷୟରେ ସଚେତନତା ସୃଷ୍ଟି କରିବା।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମଧୁମିତା, ଜିଲ୍ଲାପାଳ, ଗଜପତି; ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା , ପୋଲିସ ଅଧିକ୍ଷକ, ଗଜପତି;
ଶ୍ରୀ ପ୍ରଦୀପ କୁମାର ସାହୁ , ଅବକାରୀ ଅଧିକ୍ଷକ , ଗଜପତି; ଶ୍ରୀ ଅନୁପ ପଣ୍ଡା , ଉପଜିଲ୍ଲାପାଳ, ଗଜପତି; ଶ୍ରୀ ଏଲ୍. ସନ୍ତୋଷ କୁମାର, ସାମାଜିକ ସୁରକ୍ଷା ଅଧିକାରୀ; ଡକ୍ଟର ଦୁର୍ଗା ପ୍ରସାଦ ପାଢି, ନିର୍ଦ୍ଦେଶକ (ପ୍ରଶାସନ); ଡକ୍ଟର ଏସ୍.ପି. ନନ୍ଦ, ଡିନ୍ (ପ୍ରଶାସନ) ଏବଂ ଡକ୍ଟର ରିତେଶ କୁମାର , ଡିନ୍ – ଛାତ୍ର ବ୍ୟାପାର ପ୍ରମୁଖ ମଞ୍ଚାସିନ ଥିଲେ।
ଅତିଥିମାନେ ନିଶା ଓ ଅବକାରୀ ପଦାର୍ଥ ବ୍ୟବହାରର କ୍ଷତିକାରକ ପ୍ରଭାବ ଉପରେ ଭାଷଣ ଦେଇଥିଲେ ଏବଂ ସମସ୍ତଙ୍କୁ ନିଶାମୁକ୍ତ ଭବିଷ୍ୟତ ପାଇଁ ଯୋଗଦାନ ଦେବାକୁ ପ୍ରେରଣା ଦେଇଥିଲେ।
ମାନ୍ୟବର ଜିଲ୍ଲାପାଳଙ୍କ ନେତୃତ୍ୱରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଡିନ୍, ଛାତ୍ର ଏବଂ କର୍ମଚାରୀମାନେ ଏକମତ ହୋଇ ଏକ ନିଶାମୁକ୍ତ ଭାରତ ଗଠନ କରିବାପାଇଁ ପ୍ରତିଜ୍ଞା ନେଇଥିଲେ। ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସେଲଫି ପଏଣ୍ଟ ପରିଦର୍ଶନ କରି ସେମାନଙ୍କର ଓଆର-ଆଧାରିତ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରାପ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031