Indus Valley Times

ଗଜପତି : ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଆତସବାଜି (ବାଣ ସାମଗ୍ରୀ) ପାରଳା ପୋଲିସ ଦ୍ବାରା ଜବତ

 Breaking News

ଗଜପତି : ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଆତସବାଜି (ବାଣ ସାମଗ୍ରୀ) ପାରଳା ପୋଲିସ ଦ୍ବାରା ଜବତ

ଗଜପତି : ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଆତସବାଜି (ବାଣ ସାମଗ୍ରୀ) ପାରଳା ପୋଲିସ ଦ୍ବାରା ଜବତ
October 17
19:37 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୧୦ : ବେଆଇନ ଭାବେ ଏବଂ କୌଣସି ଲାଇସେନ୍ସ ନ ଥାଇ ବ୍ୟାପକ ପରିମାଣର ଆତସବାଜି(ବାଣ ସାମଗ୍ରୀ) ଗଚ୍ଛିତ ରଖିଥିବା ସହ ବିକ୍ରିବଟା କରୁଥିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଏକ ଆତସବାଜି ଦୋକାନ ଉପରେ ଚଢାଉ କରି ସମସ୍ତ ବେଆଇନ ଆତସବାଜି ସାମଗ୍ରୀ ଜବତ କରିଥିବା ପୋଲିସ ଦେଇଥିବା ଏକ ପ୍ରେସ ବିବୃତିରେ ସୂଚନା ଦେଇ ଜଣାଇଛନ୍ତି ।
ବିବୃତ୍ତିରୁ ପ୍ରକାଶ ଯେ , ପାରଳାଖେମୁଣ୍ଡି ଆଦର୍ଶ ଥାନା ସୀମା ଅନ୍ତର୍ଗତ ଗୋଷାଣୀ ବ୍ଲକର କେରାଣ୍ଡି ପଞ୍ଚାୟତ ଧାମୁଣୀ ଗାଁ ଦେବିତି ନିକଟସ୍ତରେ ଏକ ଗୋଦାମରେ ଆତସବାଜି ର ଅବୈଧ ସଂରକ୍ଷଣ ସମେତ ସେ ସବୁ ବିକ୍ରିବଟା ହେଉଥିବା ସମ୍ପର୍କରେ ପୋଲିସ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଏବଂ ତାକୁ ଆଧାର କରି ଆଦର୍ଶ ଥାନାର ଆଇ:ଆଇ:ସି: ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଏବଂ ପାରଳାଖେମୂଣ୍ଡି ଏସଡିପିଓ: ଶ୍ରୀ ମାଧବା ନନ୍ଦ ନାୟକଙ୍କ ତତ୍ତ୍ଵାବଧାନରେ ପୋଲିସ ପକ୍ଷରୁ ଏକ ଚଢାଉ କରା ଯାଇଥିଲା ।
ଚଢ଼ାଉ ସମୟରେ \”ଆକୁଲାମ୍ମା ତଲ୍ଲୀ ଫାୟାର ୱାର୍କସ\” ନାମକ ଏକ ଗୋଦାମରେ କୌଣସି ବୈଧ ଲାଇସେନ୍ସ କିମ୍ବା କର୍ତ୍ତୃପକ୍ଷ ବିନା ବିଭିନ୍ନ ପ୍ରକାରର ଆତସବାଜି ଗଚ୍ଛିତ ରଖା ଯାଇଥିବା ଏବଂ ବିକ୍ରୟ କରା ଯାଉଥିବା ଜଣା ପଡ଼ିଥିଲା ।
ପରେ ସମସ୍ତ ବେଆଇନ ଗଚ୍ଛିତ ଥିବା ଆତସବାଜି ଜବତ କରା ଯାଇଥିଲା ଏବଂ ଏସବୁ ଜବତ ଆତସବାଜି ର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ହେବ ବୋଲି ଆକଳନ କରାଯାଇଛି ।
ଏହି ଘଟଣା ସଂପର୍କରେ ଅଧିକ ତଦନ୍ତ କରାଯିବା ପାଇଁ ସଂପୃକ୍ତ ଗୋଦାମର ମାଲିକଙ୍କୁ ଥାନାରେ ଅଟକ ରଖାଯାଇଛି ।
ଏ ସମ୍ପର୍କରେ ପାରଳାଖେମୁଣ୍ଡି ପିଏସ: ମାମଲା ନଂ- ୩୨୩/୨୦୨୫ ବିସ୍ପୋରକ ଆଇନର ବିଏନଏସ: ଆର/ଡବ୍ଲ୍ୟୁ ଧାରା ୯(ବି)ର ୨୮୮ ଅନ୍ତର୍ଗତ ପଞ୍ଜୀକୃତ ହୋଇ ଏହା ତଦନ୍ତକ୍ଷଧିନ ଥିବା ଆଦର୍ଶ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930