Indus Valley Times

ଗହୀରମଥା ଗଭୀର ସମୁଦ୍ରରେ ଫୁଟିଲା ଗୁଳି, ଧରାପଡିଥିବା ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ

 Breaking News

ଗହୀରମଥା ଗଭୀର ସମୁଦ୍ରରେ ଫୁଟିଲା ଗୁଳି, ଧରାପଡିଥିବା ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ

ଗହୀରମଥା ଗଭୀର ସମୁଦ୍ରରେ ଫୁଟିଲା ଗୁଳି, ଧରାପଡିଥିବା ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ
January 12
18:50 2025

କେନ୍ଦ୍ରାପଡା,୧୨/୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ ଟି ଟ୍ରଲର ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଛନ୍ତି ମାଛ ମାଫିଆ।
ବନ କର୍ମଚାରୀ ଗହୀରମଥା ବାବୁବାଲି ଠାରେ ବେଆଇନଭାବେ ଟ୍ରଲର ମାଛ ମାରୁଥିବା ବେଳେ ଟ୍ରଲର ସହିତ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା ବନବିଭାଗ। ପାଟ୍ରୋଲିଂ ଟିମ୍ ଜବତ ଟ୍ରଲରକୁ ଧରି କୂଳକୁ ଫେରୁଥିବା ବେଳେ ୬ଟି ଟ୍ରଲର ଏକଜୁଟ ହୋଇ ବନଯାଗ ଟିମ୍ କୁ ଆକ୍ରମଣ କରିବା ସହ ବନବିଭାଗ କାବୁ କରିଥିବା ତାରିଣୀ ୩ ଟ୍ରଲରକୁ ଜୋର୍ ଜବରଦସ୍ତ ଖସେଇନେବାକୁ ଉଦ୍ୟମ କରିଥିଲେ।
ଏହି ସମୟରେ ମାଛ ମାଫିଆ ବନବିଭାଗ ମୁହାଁମୁହିଁ ହୋଇ ଗୁଳି ଫୁଟିଥିଲା ଫଳରେ ମାଛ ମାଫିଆ ଟ୍ରଲର ଟିକୁ ଛାଡି ୮ ମତ୍ସ୍ୟଜୀବୀଙ୍କୁ ଖସାଇ ନେଇଛନ୍ତି । ଏହି ଘଟଣାକୁ ବନବିଭାଗ ଗୁରୁତର ସହିତ ନେବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବା ସହିତ ସୁରକ୍ଷାକୁ କଡାକଡି କରାଯିବ ବୋଲିି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031