Indus Valley Times

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

 Breaking News

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
March 01
09:46 2024

ସମ୍ବଲପୁର, ୧/୩: ସ୍ଵାଧୀନତାର ୭୬ ବର୍ଷ ପରେ ବି ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। କେହି ଅସୁସ୍ଥ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ବି ପଶିପାରୁନି। ଫଳରେ ରୋଗୀଙ୍କୁ ବୋହି ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଅଗମ୍ୟ ରାସ୍ତାରେ ଆସିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚୁଛନ୍ତି।
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଯୁଯୁମୁରା ପଞ୍ଚାୟତ ମହାଜନନାଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସୁଲୁଗା ଲୁଗୁନଙ୍କ ପତ୍ନୀ ସଞ୍ଜିତା ଲୁଗୁନ (୩୦) ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସକାଳ ୧୧ଟା ୧୦ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।
ଯୁଯୁମୁରାର ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ କେଶାପାଲିରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ଯୁଯୁମୁରାରୁ ବ୍ରାହ୍ମଣୀନାଲି ଗ୍ରାମ ଯାଏ ସଡ଼କ ରହିଛି। କିନ୍ତୁ ତା’ ପରଠାରୁ ରାସ୍ତା ଯାତାୟାତ ଉପଯୋଗୀ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା।
ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଅନିଲ ପ୍ରଧାନ, ସୁବାସ ପ୍ରଧାନ ଓ ସମ୍ବିତ ସାହୁ ଷ୍ଟ୍ରେଚର ନେଇ ଗାଁକୁ ଯାଇ ସମ୍ପର୍କୀୟଙ୍କ ସହାୟତାରେ ରୋଗୀଙ୍କୁ ବୋହି ବୋହି ଆଣିଥିଲେ। ଅପନ୍ତରା ପାଦଚଲା ରାସ୍ତାରେ ପ୍ରାୟ ୪୫ ମିନିଟ ଚାଲିବା ପରେ ସଞ୍ଜିତାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ୧.୧୪ମି.ରେ ଭର୍ତ୍ତି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930