Indus Valley Times

ଗୋଟେ ବର୍ଷରେ ମୋଦୀଙ୍କ ଅସ୍ଥାବର ସଂପତ୍ତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି

 Breaking News

ଗୋଟେ ବର୍ଷରେ ମୋଦୀଙ୍କ ଅସ୍ଥାବର ସଂପତ୍ତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି

ଗୋଟେ ବର୍ଷରେ ମୋଦୀଙ୍କ ଅସ୍ଥାବର ସଂପତ୍ତି ୨୬ ଲକ୍ଷ ଟଙ୍କା ବୃଦ୍ଧି ପାଇଛି
August 09
11:55 2022

ନୂଆଦିଲ୍ଲୀ,୯/୮: ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅସ୍ଥାବର ସଂପତ୍ତି । ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅସ୍ଥାବର ବୃଦ୍ଧି । ୨୦୨୧ ମସିହା ମାର୍ଚ ମାସ ଶେଷ ସୁଦ୍ଧା ମୋଦୀଙ୍କ ସଂପତ୍ତି ୧,୯୭, ୬୮,୮୮୫ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୨ ମାର୍ଚ ଶେଷ ସୁଦ୍ଧା ୨,୨୩, ୮୨,୫୦୪ରେ ପହଞ୍ଚିଛି। ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମୋଦୀ ଗୁଜୁରାଟରେ ଥିବା ତାଙ୍କ ପୈତୃକ ସଂପତ୍ତିର ବାଣ୍ଟକୁ ଦାନ କରିବା ପରେ ତାଙ୍କ ନାମରେ କୌଣସି ସ୍ଥାବର ସଂପତ୍ତି ନାହିଁ। ମୋଦୀଙ୍କ ନାମରେ ଥିବା ସ୍ଥାବର ସଂପତ୍ତି ସ୍ଥାନରେ ‘ନିଲ୍’ ଲେଖାଯାଇଛି।
ମୋଦୀ ୨୦୦୨ ମସିହାରେ କିଣିଥିବା ଉକ୍ତ ସଂପତ୍ତିରେ ତାଙ୍କର ଏକ ଚତୁର୍ଥାଂଶ ଭାଗ ଥିଲା। ଯାହାର ବଜାର ଦର ଥିଲା ୧.୧୦ କୋଟି। ମୋଦୀଙ୍କ ଅସ୍ଥାବର ସଂପତ୍ତିରେ ରହିଛି ୩୫,୨୫୦ ଟଙ୍କା(ନଗଦ), ଗତ ଥର ତାଙ୍କ ନିକଟରେ ନଗଦ ଟଙ୍କା ୩୬,୯୦୦। ୨୦୨୧ରେ ମୋଦୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରେ ୧,୫୨,୪୮୦ ଟଙ୍କା ଥିବା ବେଳେ ଏବର୍ଷ ହ୍ରାସ ପାଇଁ ୪୬,୫୫୫ ଟଙ୍କାରେ ପହଞ୍ଚିଛି।
୨୦୨୧ ମସିହାରେ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ଜାତୀୟ ସଂଚୟ ପ୍ରମଣପତ୍ର(ନେସ୍ନାଲ୍ ସେଭିଂସ୍ ସାର୍ଟିଫିକେଟ୍)ରେ ୮.୯ ଲକ୍ଷ, ଜୀବନ ବୀମାରେ ୧.୫ ଲକ୍ଷ ଓ ୨୦୧୨ରେ କିଣିଥିବା ଏଲ୍ଆଣ୍ଡ୍ଟି ବଣ୍ଡ୍ରେ ୨୦ ହଜାର ଟଙ୍କା ବିନିଯୋଗ କରିଛନ୍ତି। ଏହା ବ୍ୟତୀତ ତାଙ୍କ ନିକଟରେ ଅଛି ୪ଟି ସୁନା ମୁଦି, ଯାହାର ମୂଲ୍ୟ ରହିଛି ୧.୪୮ ଲକ୍ଷ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031