Indus Valley Times

ଗ୍ରାମୀଣ ପାର୍କର ଭୀତିପ୍ରସ୍ତାର ସ୍ଥାପନ ଓ ପାଣି ପଂଚାୟତ ପକ୍ଷ ପାଲିତ

 Breaking News

ଗ୍ରାମୀଣ ପାର୍କର ଭୀତିପ୍ରସ୍ତାର ସ୍ଥାପନ ଓ ପାଣି ପଂଚାୟତ ପକ୍ଷ ପାଲିତ

December 22
21:27 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୨/୧୨: ଆଗଲପୁର (ଡୁଡୁକା )ବ୍ଲକ ଅନ୍ତର୍ଗତ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଠାରେ ନିର୍ମାଣ ହେବାକୁ ଥିବା ଗ୍ରାମୀଣ ପାର୍କ ର ଭୀତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ।କ୍ଷୁଦ୍ର ଜଳ ସମ୍ପଦ ବିଭାଗରଏସଡିଓ ମାନଭଞ୍ଜନ ଶତପଥୀ ଓ ଜେଇ ପ୍ରଦ୍ୟୁମ୍ନ ମେହେର ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇ ପାଣି ପଞ୍ଚାୟତ ର ଉଦ୍ଦେଶ୍ୟ ଉପରେ ସମ୍ୟକ୍ ଧାରଣା ଦେଇଥିଲେ।
ଏହି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତା ହୋଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ମାନ୍ୟବର ମନ୍ତ୍ରି ସାର୍ଟିଫିକେଟ ସହିତ ଚେକ୍ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି,ଆଗଲପୁର ତହସିଲଦାର ଚୈନୁ ଗଣ୍ଡ,କୁଟାସିଂହା ସରପଞ୍ଚ ଡିଗ୍ରୀ ମେହେର ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଲୋଇସିଂହା ବିଧାୟକ ତଥା ମନ୍ତ୍ରୀଙ୍କ ଆଗଲପୁର ବ୍ଲକ୍ ପ୍ରତିନିଧି ପିତାମ୍ବର କଣ୍ଟା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟ୍ୟରେ ବ୍ଲକ ବିଜେପି ସଭାପତି ଲୋକାରାମ ସାହୁ,ଦଶରଥ ପଧାନ,ମହେନ୍ଦ୍ର ମହାକୁର,ପ୍ରମୋଦ ବଗର୍ତି,ଅଧିକାରୀ ପାତ୍ର,ଶମ୍ଭୁ ମହାକୁର,ଜନ୍ମଜୟ ଛନ୍ଦ,କିଶୋର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031