Indus Valley Times

ଘଟଗାଁ ତାରିଣୀ ପୀଠକୁ ୨୨୬ କୋଟି, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପ୍ରସ୍ତାବ ଅନୁମୋଦିତ

 Breaking News

ଘଟଗାଁ ତାରିଣୀ ପୀଠକୁ ୨୨୬ କୋଟି, ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପ୍ରସ୍ତାବ ଅନୁମୋଦିତ

September 29
18:33 2025

ଭୁବନେଶ୍ୱର,୨୯/୯: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଗୁଡିକ ହେଲା-ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬, କାରଖାନା ୧୯୪୮ର ସଂଶୋଧନ ଆଇନ ପାରିତ।
ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି। ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ ମିଳିବ। ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ।
ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ। ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି। ସେହିପରି ଘଟଗାଁ ତାରିଣୀ ପୀଠର ପାରିପାଶର୍‌ବିକ ବିକାଶ ପାଇଁ ୨୨୬ କୋଟି ମଞ୍ଜୁର ମିଳିଛି। ୫୯ ଏକର ଜମିକୁ ନେଇ ପାରିପାଶର୍‌ବିକ ବିକାଶ ପାଇଁ ଊଚଜ ପ୍ରସ୍ତୁତ ହେବ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031