Legatus

ଘୋଷଣା ହେଲା ବିଜେପି ପ୍ରାର୍ଥୀ ତାଲିକା; ସମ୍ୱଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡ଼ାରୁ ବୈଜୟନ୍ତ

 Breaking News

ଘୋଷଣା ହେଲା ବିଜେପି ପ୍ରାର୍ଥୀ ତାଲିକା; ସମ୍ୱଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡ଼ାରୁ ବୈଜୟନ୍ତ

March 24
21:51 2024

ନୂଆଦିଲ୍ଲୀ/ଭୁବନେଶ୍ବର, ୨୪/୩: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ପଞ୍ଚମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଛି।
ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ଦେଇଛି।
ବଲାଙ୍ଗୀରରେ ସଂଗୀତା କୁମାରୀ ସିଂହଦେଓ, ସୁନ୍ଦରଗଡ଼ରେ ଜୁଏଲ ଓରାମ, ଢେଙ୍କାନାଳରେ ରୁଦ୍ର ପାଣି, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରେ ମାଲବିକା କେଶରୀ ଦେଓ, ନବରଗଂପୁରରେ ବଳଭଦ୍ର ମାଝୀ, ଜଗତସିଂହପୁରରେ ବିଭୁ ତରାଇ, ବରଗଡ଼ରେ ପ୍ରଦୀପ ପୁରୋହିତ, କେନ୍ଦୁଝରରେ ଅନନ୍ତ ନାୟକ, ମୟୂରଭଂଜରେ ନବ ମାଝୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟରେ ବିଜେପି ଏହି ପର୍ଯ୍ୟାୟରେ କଟକ, କନ୍ଧମାଳ ଓ ଯାଜପୁର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31