Indus Valley Times

ଚାଇନାରେ ଆତଙ୍କ ସୃଷ୍ଟି କଲାଣି ଆଉ ଏକ ଭୂତାଣୁ: ଆକ୍ରାନ୍ତ ହେଲେଣି ୩୫ ଜଣ

 Breaking News

ଚାଇନାରେ ଆତଙ୍କ ସୃଷ୍ଟି କଲାଣି ଆଉ ଏକ ଭୂତାଣୁ: ଆକ୍ରାନ୍ତ ହେଲେଣି ୩୫ ଜଣ

ଚାଇନାରେ ଆତଙ୍କ ସୃଷ୍ଟି କଲାଣି ଆଉ ଏକ ଭୂତାଣୁ: ଆକ୍ରାନ୍ତ ହେଲେଣି ୩୫ ଜଣ
August 10
12:06 2022

ବେଜିଙ୍ଗ୍,୧୦/୮: ଚାଇନାରେ ଆତଙ୍କ ସୃଷ୍ଟି କରିଛି ନୂଆ ଭୂତାଣୁ ‘ଲାଙ୍ଗିଆ’ । ଲାଙ୍ଗିଆ ନାମରେ ଗୋଟାଏ ‘ହେନିପାଭାଇରସ୍’ ପ୍ରଜାତିର ଭୂତାଣୁ ଚୀନ୍ର ଶାନ୍ଡୋଙ୍ଗ୍ ଏବଂ ହେନାନ୍ ପ୍ରଦେଶରେ ଏଯାବତ୍ ୩୫ଜଣ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
‘ଲାଙ୍ଗିଆ ହେନିପାଭାଇରସ୍’ ନାମରେ ପରିଚିତ ଏହି ନୂତନ ପ୍ରଜାତିର ‘ହେନିପାଭାଇରସ୍’ ପୂର୍ବାଞ୍ଚଳ ଚୀନ୍ରେ ଜ୍ବରରେ ପୀଡ଼ିତ ରୋଗୀମାନଙ୍କ ତଣ୍ଟିରୁ ସଂଗୃହୀତ ‘ସ୍ବାବ୍ ସାମ୍ପଲ୍’ରେ ଚିହ୍ନଟ କରାଯାଇଛି ବୋଲି ରାଷ୍ଟ୍ରାୟତ ସମ୍ବାଦପତ୍ର ‘ଗ୍ଲୋବାଲ୍ ଟାଇମ୍ସ୍’ କହିଛି।
ରୋଗୀମାନଙ୍କ ନମୁନା ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ, ପ୍ରାଣୀ ଦେହରୁ ଆସିଛି ବୋଲି ମନେହେଉଥିବା ଏହି ନବ ଆବିଷ୍କୃତ ‘ହେନିପାଭାଇରସ୍’ ଜ୍ବର ସହ ସମ୍ପୃକ୍ତ ରହୁଛି। ଏହାଦ୍ବାରା, ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଜ୍ବର, କ୍ଳାନ୍ତି, କାଶ, ଅରୁଚି, ମାଂସପେଶୀ ବଥା ଏବଂ ବାନ୍ତି ଆଦି ଲକ୍ଷଣ ଦେଖାଯାଉଛି। ସମ୍ପ୍ରତି ଏହି ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ କୌଣସି ଟିକା ଅଥବା ଚିକିତ୍ସା ନାହିଁ। ଏକମାତ୍ର ଉପଚାର ହେଉଛି ଆକ୍ରାନ୍ତଙ୍କ ତତ୍ତ୍ବାବଧାନ କରାଯିବା ଓ ଜଟିଳ ହେଉଥିବା ସ୍ବାସ୍ଥ୍ୟାବସ୍ଥାକୁ ସୁଧାରିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031