Indus Valley Times

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ, ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇଲା

 Breaking News

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ, ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇଲା

March 04
22:33 2025

ଦୁବାଇ,୪/୩ : ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ। ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମୁକାବିଲାରେ ମଙ୍ଗଳବାର ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଥିଲା ଟିମ୍‌। ଦଳ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ହରାଇ ବଡ଼ ସଫଳତା ହାସଲ କରିଛି। ତେବେ ୨୦୧୧ ପରେ ପ୍ରଥମ ଥର ଲାଗି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ୍ ମୁକାବିଲାରେ ପରାଜିତ କରିଛି।
ଟିମ୍ ଇଣ୍ଡିଆ ପକ୍ଷରୁ ବୋଲରମାନେ ପ୍ରଭାବୀ ବୋଲିଂ କରିଥିଲେ। ସେମିଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ୨୬୫ ରନ୍‌ରେ ଅଲଆଉଟ୍ ହୋଇଥିଲା।
ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୭୩ ରନ୍ କରିଥିଲେ। ବୋଲିଂରେ ଟିମ୍ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜାଙ୍କୁ ୨ ଉଇକେଟ ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ସର୍ବାଧିକ ୩ ଉଇକେଟ ମିଳିଥିଲା।
ଅପରପକ୍ଷେ ବ୍ୟାଟିଂରେ ମଧ୍ୟ ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ମାନେ ଦମ୍ ଦେଖାଇଥିଲେ। ଦଳ ପକ୍ଷରୁ କୋହଲି ସର୍ବାଧିକ ୮୪ ରନ୍ କରିଥିବା ବେଳେ ଶ୍ରେୟାସ ଆୟର ୪୫ ଏବଂ କେ ଏଲ୍ ରାହୁଲ ଅପରାଜିତ ୪୨ରନ୍‌ର ଇନିଂସ ଖେଳି ଦଳର ବିଜୟର ପୁରୋଧା ସାଜିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031