Indus Valley Times

ଛାତ୍ରୀ ପାଇଁ ରକ୍ତ ଦାନ କଲେ ତିନି ଶିକ୍ଷକ

 Breaking News

ଛାତ୍ରୀ ପାଇଁ ରକ୍ତ ଦାନ କଲେ ତିନି ଶିକ୍ଷକ

August 23
11:55 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୩/୮: କୁମାରୀ ରଞ୍ଜୁ ମାଝି ,ପ୍ରଥମ ଶ୍ରେଣୀ , ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ .ଭାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୟାଗଡର ଅନ୍ତେବାସିନୀ , ସେ ମେଲେରିଆ ଓ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ପରେ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟରେ ତା ୨୧.୮.୨୦୨୫ ରିଖ ରାତ୍ରି ଆଠ ଘଟିକା ସମୟରେ ଭର୍ତ୍ତି କରାଯାଇଥିଲା ପରେ ଜଣା ଗଲା ଯେ ରକ୍ତ ଅଭାବ ଅଛି ତୁରନ୍ତ Blood O+veର ଦରକାର ।
ଏହି ଜରୁରୀ ସୂଚନା ଜିଲ୍ଲା ମଙ୍ଗଳ ଅଧିକାରୀ ,ନୟାଗଡ଼ ଜିଲ୍ଲା କଲ୍ୟାଣ ବିଭାଗ ଓ୍ବାଟସ୍ଅପ ଗ୍ରୁପରେ ସେୟାର କରିଥିଲେ ଯେ ଯେଉଁମାନେ ରକ୍ତ ଦାନ କରିବେ ତୁରନ୍ତ ସହମତି ଦିଅନ୍ତୁ ।
ଏହି ପରିପ୍ରେକ୍ଷୀରେ ସ୍ବତଃପ୍ରବୃତ୍ତ ଭାବେ କଲ୍ୟାଣ ବିଭାଗର ତିନିଜଣ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ନାୟକ ,ପ୍ରଧାନ ସେବକ ମାଳିବେରେଣୀ ଆଶ୍ରମ ବିଦ୍ୟାଳୟ, ଶ୍ରୀ ସୁଶାନ୍ତ କୁମାର ସେଠୀ ପ୍ରଧାନ ଶିକ୍ଷକ ଗୋହିରବାଦୁ ଆଶ୍ରମ ବିଦ୍ୟାଳୟ ଏବଂ ଶରତ କୁମାର ସାହୁ ବିଜ୍ଞାନ ଶିକ୍ଷକ ଡିମିରିପାଲ୍ଲୀ ଉଚ୍ଚ ବିଦ୍ୟାଳୟ , ସେଇ ଅନ୍ତେବାସିନୀ/ ଛାତ୍ରୀ ପାଇଁ ରକ୍ତଦାନ କରିଛନ୍ତି ।
ଏହି ମହତ କାର୍ଯ୍ୟ ପାଇଁ ଉକ୍ତ ଶିକ୍ଷକମାନଙ୍କୁ ସବୁ ମହଲ ରୁ ପ୍ରଶଂସା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930