Indus Valley Times

ଜଗତଜନନୀଙ୍କ ଶାରଦୀୟ ପୂଜା: ମଣ୍ଡପରେ ମହାସପ୍ତମୀ , ପୀଠରେ ମହାଷ୍ଟମୀ ପୂଜା ଆରମ୍ଭ : କଡା ସୁରକ୍ଷା ବ୍ୟବସ୍ଥା

 Breaking News

ଜଗତଜନନୀଙ୍କ ଶାରଦୀୟ ପୂଜା: ମଣ୍ଡପରେ ମହାସପ୍ତମୀ , ପୀଠରେ ମହାଷ୍ଟମୀ ପୂଜା ଆରମ୍ଭ : କଡା ସୁରକ୍ଷା ବ୍ୟବସ୍ଥା

October 10
22:49 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୦/୧୦ : ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର।
ଗୁରୁବାର ଶକ୍ତିପୀଠ ମାନଙ୍କରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଥିବାବେଳେ ମଣ୍ଡପ ଗୁଡିକରେ ଆରମ୍ଭ ହୋଇଛି ମହାସପ୍ତମୀ ପୂଜା। କନ୍ଧମାଳ ଜିଲ୍ଲାର ବାଲିଗୁଡା, କୋଟଗଡ, ଜି.ଉଦୟଗିରି, କ.ନୂଆଗାଁ, ରାଇକିଆ, ସମେତ ସମଗ୍ର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ଗତ ସନ୍ଧ୍ୟାରେ ମା\’ ଙ୍କ ବିଲ୍ବ ବରଣ ପୂଜା ଅନୁଷ୍ଠିତ ହେବା ପରେ ଗୁରୁବାର ଠାରୁ ୪ ଦିନିଆ ଶାରଦୀୟ ମହା ପାର୍ବଣ ଆରମ୍ଭ ହୋଇଛି।
ଟାଉନର ମା\’ପାଟଖଣ୍ଡା ଦୁର୍ଗାପୂଜା ସମିତି, ବରାଳ ଦେବୀ ମନ୍ଦିର କମିଟି, ଠିକାଦାର ସଂଘ ତରଫରୁ ନବରାତ୍ର ପୂଜା ଚାଲିଥିବା ବେଳେ ଇଲେକ୍ଟ୍ରି ସାହି ର ବିଦ୍ୟୁତ ବିଭାଗ ପୂଜା କମିଟି, ନୁଆସାହି ର ଗ୍ରାମ୍ୟ ପୂଜା କମିଟି ତରଫରୁ ସପ୍ତମୀ ପୂଜା ଠାରୁ ବାଜାବାଜଣା ବଜାଇ, ଶଙ୍ଖ ଧ୍ୱନି ବାଣ ଫୁଟାଇ ମାଆ ଦୁର୍ଗା ମନ୍ଦିରକୁ ଆସି ମାଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ମଣ୍ଡଳ ସ୍ଥାପନ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଚଣ୍ଡୀ ପାଠ, ଦୁର୍ଗା, ଗଣେଷ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ସହସ୍ରନାମ ପାଠ କରାଯିବ ପରେ ହୋମ ଯଜ୍ଞ ଚାଲୁ ରହିଛି। ମୂର୍ତ୍ତି ପୂଜା ଠାରେ ମେଢ଼, ତୋରଣ, ଆଲୋକ ସଜାରେ ସମଗ୍ର ସହର ଚଳଚଞ୍ଚଳ ହୋଇ ଉଠିଛି।
ନବରାତ୍ରର ପ୍ରଥମ ଦିନରୁ ହିଁ ଗହଳି ଦେଖିବାକୁ ମିଳିଛି। ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ହେଉଥିବା ସମସ୍ତ ପୂଜା ନିମନ୍ତେ ଉଦ୍ଧିଷ୍ଟ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକ ମାଳା ରେ ଝଲସୁଛି ପୂଜା ମଣ୍ଡପ । ସପ୍ତମୀ ପୂଜା ଦିନ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳି ଧିରେ ଧିରେ ବଢ଼ିବାରେ ଲାଗିଛି ।
ଏଥିସହ ବିଭିନ୍ନ ପୂଜା କମିଟି ପକ୍ଷରୁ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ପ୍ରତିଦିନ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି , ତା\’ ସାଙ୍ଗକୁ ରଙ୍ଗ ବେରଙ୍ଗର ଫୁଲମାଳ ପସରା, କଣ୍ଢେଇ, ଖେଳନା ଓ ବିଭିନ୍ନ ରକମର ସୁସ୍ୱାଦ ଖାଦ୍ୟ ଜିନିଷ ବିକ୍ରି ପୂଜା ବଜାରକୁ ବେଶ ଆଚ୍ଛାଦିତ କରି ପକାଇଛି ।
ଏହି ପାର୍ବଣ ଗହଳି କୁ ଦୃଷ୍ଟିରେ ରଖି ବାଲିଗୁଡା ପୁଲିସ୍ ପକ୍ଷରୁ ସମଗ୍ର ସହରରେ ହେଉଥିବା ପୂଜା ସ୍ଥଳ ସମେତ ବିଭିନ୍ନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୁଲିସ୍ ଫୋର୍ସ ମୂତୟନ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930