Indus Valley Times

ଜଗତସିଂହପୁର ସହରରେ ଭୟଙ୍କର ବାଣ ବିସ୍ଫୋରଣ: ଘଟଣାର ତଦନ୍ତ ଆରମ୍ଭ

 Breaking News

ଜଗତସିଂହପୁର ସହରରେ ଭୟଙ୍କର ବାଣ ବିସ୍ଫୋରଣ: ଘଟଣାର ତଦନ୍ତ ଆରମ୍ଭ

January 04
12:26 2025

ଜଗତସିଂହପୁର, ୪/୧ : ପୁଣି କାଳ ହେଲା ବାଣ ବିସ୍ଫୋରଣ। ଉଡ଼ିଗଲା ଘରର ଛାତ। ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ।
ଗତକାଲି ରାତିରେ ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ ଏହି ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ଏଥିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଫଳରେ ଏକ କୋଠା ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିଲା।
ଭଙ୍ଗା କୋଠା ଭିତରେ ଘରର କିଛି ସଦସ୍ୟ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ବିସ୍ଫୋରଣ ସ୍ଥଳରୁ ଦୀର୍ଘ ଅଢେଇ ଘଣ୍ଟା ଧରି ଉଦ୍ଧାର କାର‌୍ୟ୍ୟ ଜାରି ରହିଥିଲା।
ତେବେ ଏହି ବିସ୍ଫୋରଣ କିଭଳି ହେଲା, ବିସ୍ଫୋରଣ ପଛର କାରଣ ବାଣ ନା ଆଉ କିଛି ଏବଂ ଯଦି ବାଣ ତେବେ ଏହା ଆଇନ ସମତ କି ବେଆଇନ୍ ଭାବେ ଭିଡ଼ା ଯାଉଥିବା ସେ ସମ୍ପର୍କରେ ପୁଲିସ ଓ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ଅବସ୍ଥାରେ ତଦନ୍ତ କରାଯିବ ବୋଲି ଜଗତସିଂହପୁର ଏସପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031