Indus Valley Times

ଜଳଖିଆ ଦୋକାନୀଙ୍କ ଝିଅ ପାଇଲେ ଓଜେଏସ, ୧୪ ସ୍ଥାନରେ ବାରିପଦାର ଅନୁଶ୍ରୀ

 Breaking News

ଜଳଖିଆ ଦୋକାନୀଙ୍କ ଝିଅ ପାଇଲେ ଓଜେଏସ, ୧୪ ସ୍ଥାନରେ ବାରିପଦାର ଅନୁଶ୍ରୀ

ଜଳଖିଆ ଦୋକାନୀଙ୍କ ଝିଅ ପାଇଲେ ଓଜେଏସ, ୧୪ ସ୍ଥାନରେ ବାରିପଦାର ଅନୁଶ୍ରୀ
November 13
13:06 2022

ବାରିପଦା, ୧୩/୧୧:ଫୁଟପାଥରେ ଜଳଖିଆ ବିକ୍ରି କରୁଥିବା ନଗେନ୍ଦ୍ର ଜେନାଙ୍କ ଝିଅ ଅନୁଶ୍ରୀ ଓଜେଏସ୍ ପାଇଛନ୍ତି । ଝିଅର ଏହି ସଫଳତା ଖବର ଶୁଣି ଖୁସିରେ ଆତ୍ମହରା ହୋଇ ପଡିଛନ୍ତି ବାପା । ବହୁ ଦିନର ପରିଶ୍ରମକୁ ଝିଅ ଏବେ ସାର୍ଥକ କରିଛି । କାହିଁକି ନା ଓଜେଏସ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଛି ଝିଅ ଏବେ ବିଚାରପତି ହେବ । ମୟୂରଭଞ୍ଜ ବାରିପଦା ସହରର ଫୁଟପାଥରେ ଜଳଖିଆ ବିକ୍ରି କରୁଥିବା ନଗେନ୍ଦ୍ର ଜେନାଙ୍କ ଝିଅ ଅନୁଶ୍ରୀ ଓଜେଏସ୍ ପରୀକ୍ଷାରେ ୧୪ତମ ସ୍ଥାନ ଅଧିକାର କରିଛନ୍ତି । ବହୁ ଦୁଃଖ କଷ୍ଟରେ ପାଠ ପଢ଼ିଛନ୍ତି ଅନୁଶ୍ରୀ । ଘରେ ଛଅ ଝିଅ ମଧ୍ୟରୁ ଅନୁଶ୍ରୀ ଜଣେ । ଦୁଇ ବର୍ଷ ହେଲାଣି ପାରାଲିସିସ ରୋଗରେ ପୀଡିତ, ତେଣୁ ବ୍ୟବସାୟ ବି ଠପ୍ । ତଥାପି ସବୁ ଦୁଃଖ କଷ୍ଟ ସହି ଆଜି ସଫଳତାର ପାହଚ ଚଢିପାରିଛନ୍ତି ଅନୁଶ୍ରୀ ।
ମୟୂରଭଞ୍ଜ ବାରିପଦା ସହରରେ ରହୁଥିବା ନଗେନ୍ଦ୍ର ଜେନା । ଘର ବୋଲି କହିଲେ ଏକ ଛୋଟିଆ ଆଜବେଷ୍ଟସ ଘର । ଏହି ଘରେ ଦୁଃଖକଷ୍ଟରେ ପଢି ନଗେନ୍ଦ୍ରଙ୍କ ଝିଅ ଅନୁଶ୍ରୀ ଓଜେଏସ୍ ପରୀକ୍ଷାରେ ହୋଇଛନ୍ତି କୃତକାର‌୍ୟ୍ୟ । ୧୪ତମ ସ୍ଥାନରେ ରହିଛନ୍ତି ଅନୁଶ୍ରୀ । ଅନୁଶ୍ରୀଙ୍କ ବାପା ଫୁଟପାଥରେ ଜଳଖିଆ ଦୋକାନ କରି ଝିଅକୁ ବଡମଣିଷ କରିପାରିଛନ୍ତି । ଛୋଟ ବେଳୁ ଅନୁଶ୍ରୀ ଭଲ ପାଠ ପଢି ଆସୁଛନ୍ତି । ଏମିତିକି ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ବି ହାସଲ କରିଛନ୍ତି ଅନୁଶ୍ରୀ ।
ଏବେ ବାରିପଦା ଏଡିଜେଏମ୍ କୋର୍ଟରେ ସରକାରୀ ଓକିଲ ଭାବେ ସେ କାର‌୍ୟ୍ୟରତ । ଆଉ ଏବେ ଝିଅ ବିଚାରପତି ହେବା ଶୁଣି ପରିବାର ଲୋକଙ୍କ ମଧ୍ୟରେ ଖୁସି କହିଲେ ନସରେ । ଖାଲି ବାପ ଘର କାହିଁକି, ଅନୁଶ୍ରୀଙ୍କ ଶ୍ୱଶୁର ଘର ଲୋକେ ମଧ୍ୟ ବେଶ ଖୁସି । ଓଜେଏସରେ କୃତକାର‌୍ୟ୍ୟ ହେବା ପରେ ସାହିପଡିଶାରୁ ମଧ୍ୟ ଛୁଟିଛି ଶୁଭେଚ୍ଛାର ସୁଅ ।
ସେହିପରି ଆଉ ଜଣେ ଯୁବକ ହେଉଛନ୍ତି ଗଜପତି ଜିଲ୍ଲା ଗୋଲି ଗାଁର ସାଧକ କାର୍ଜି । ଓଜେଏସ୍ ପରୀକ୍ଷାରେ ୪୫ ନମ୍ବର ସ୍ଥାନରେ ରହିଛନ୍ତି ସାଧକ । ସାଧକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ସାଧକଙ୍କ ବାପାଙ୍କର ଦେହାନ୍ତ ପରେ ମାଆ ଚାଷବାସ କରି ପାଠ ପଢାଇଥିଲେ , ଆଉ ପରିବାର ଲୋକଙ୍କ ଆଶାକୁ ଧୂଳିସାତ କରିବାକୁ ଦେଇନାହାନ୍ତି ସାଧକ । ସାଧକ ଶିଖରରେ ପହଞ୍ଚିବା ସହ ପରିବାର ଲୋକଙ୍କ ମନରେ ଖୁସି ଆଣିଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031