Indus Valley Times

ଜ଼ିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗର ମିଳିତ ଏକାଭିମୁଖୀ ବୈଠକ ଅନୁଷ୍ଠିତ

 Breaking News

ଜ଼ିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗର ମିଳିତ ଏକାଭିମୁଖୀ ବୈଠକ ଅନୁଷ୍ଠିତ

October 11
10:32 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୧/୧୦ : (ଶୁକ୍ରବାର) ସନ୍ଧ୍ୟା ୭ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ସ୍ବାସ୍ଥ୍ୟ ଓ ଶିଶୁ ବିକାଶ ବିଭାଗର ମିଳିତ ଏକାଭିମୁଖୀ ବୈଠକ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସ୍ବାସ୍ଥ୍ୟ ମିଶନର ଡ଼ି ପି ଏମ ଗିରିଜା ପ୍ରସାଦ ମିଶ୍ରଙ୍କ ସମେତ ଉଭୟ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଏହି ବୈଠକ ରେ ଯେଉଁ ସବସେଣ୍ଟର ବିଲଡିଂ ଗୁଡିକର ନିର୍ମାଣ କାର୍ଯ୍ୟ ସରିଯାଇଛି, ସେଗୁଡିକର ହସ୍ତାନ୍ତର ଉପରେ ଗୁରୁତ୍ୱକ୍ଷରୋପ କରାଯାଇଛି । ଏଥିସହିତ ମାତୃ ମୃତ୍ୟୁ ହାର କୁ କମାଇବା, ଏ ଏ ନ ସି ପଞ୍ଜିକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ ଏଥିପାଇଁ ସମସ୍ତ ମାଆ ଙ୍କୁ ସଚେତନ କରିବା ପାଇଁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
ଟିବି ମୁକ୍ତ ପଂଚାୟତ, ଟି ବି ମୁକ୍ତ ୱାର୍ଡ ଗଠନ ପାଇଁ ବୈଠକ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ମ୍ୟାଲେରିଆ ମୁକ୍ତ ପାଇଁ ଦମନ ଭଳି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରାଯାଇଥିଲା ।
ସିକିଲ ସେଲ ଟେଷ୍ଟ ପାଇଁ ସମସ୍ତ ଙ୍କୁ ବୁଝାଇବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଗ୍ରାମ୍ୟ କଳା ସଂଘ ର ଅର୍ଥ ଖର୍ଚ୍ଚ କରିବା ପାଇଁ ସମସ୍ତ ସିଡିପିଓ ଙ୍କ ସହଯୋଗ କାମନା କରାଯାଇଥିଲା

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031