Indus Valley Times

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍ ସିଟି ପୋଲିସ କମିଶନର

 Breaking News

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍ ସିଟି ପୋଲିସ କମିଶନର

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍ ସିଟି ପୋଲିସ କମିଶନର
December 29
18:30 2025

ଭୁବନେଶ୍ୱର, ୨୯/୧୨ : ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ରାତି ୧୨ଟା ୩୦ ପରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିବ। ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନ କରିବେ ସେନେଇ ବସିଥିଲା ବୈଠକ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନକରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତୃପକ୍ଷ ଧ୍ୟାନ ଦେବେ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି ।
ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ । ଭୁବନେଶ୍ୱରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ କଡାକଡି ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍ । ୪ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ଏହାସହ ୫ଟି ଟୁରିଷ୍ଟ ଲୋକେସନରେ ପୋଲିସ ପ୍ରହରା ଦେବ । ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗାରେ ପୋଲିସ ପଇଁତରା ମାରିବ । ମଦ ପିଇ ହଙ୍ଗାମା କଲେ ପୋଲିସ ସାବାଡ କରିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031