Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲଠାରେ ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲଠାରେ ରାଜ୍ୟ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

September 15
10:34 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୯ : ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ସେପ୍ଟେମ୍ବର ୨୦,୨୧ ଏବଂ ୨୨ ରିଖରେ ରାଜ୍ୟ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ ଚୂଡାନ୍ତ ପାଇଁ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମ ରେ ଅନୁଷ୍ଠିତ ହୋଇଥିଲା ।
ଏହି ଉପଲକ୍ଷେ ଆମ ଜ଼ିଲ୍ଲା ରେ ବିଭିନ୍ନ ବିଭାଗ ତରଫରୁଅନ୍ୟୁନ୍ୟ ୨୫ ଗୋଟି ଷ୍ଟଲ ଖୋଲାଯିବ । ଆମ ଜ଼ିଲ୍ଲା ପାଇଁ ନିର୍ଧାରିତ ତାରିଖ ଏବଂ ଅତିଥି ରାଜ୍ୟ ସ୍ତରରୁ ଚିଠି ମାଧ୍ୟମ ରେ ଅତିଶୀଘ୍ର ସୂଚନା ଦିଆଯିବ ।
ବିକାଶ ମେଳା ରେ ଅଂଶଗ୍ରହଣକାରୀ ଙ୍କ ଯାତାୟତ ଏବଂ ରହିବା ବ୍ୟବସ୍ଥା, ଷ୍ଟଲ ମାନଙ୍କ ରେ ବିଭିନ୍ନ ବିଭାଗ ପକ୍ଷ ରୁ ସରକାର ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶନ, ଓରମାସ ଷ୍ଟଲ ରେ ବିଭିନ୍ନ ଦ୍ରବ୍ୟ ର ବିକ୍ରୟ ତଥା ପ୍ରଦର୍ଶନ କରାଯିବ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ଇତ୍ୟାଦି ପାଇଁ ଆଭାସୀ ମାଧ୍ୟମ ରେ ସୂଚନା ଦିଆଯାଇଥିଲକ୍ଷ । ଆସନ୍ତାକାଲି ତା.୧୫.୯.୨୦୨୪ ରିଖ ରବିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ଏଥି ସଂକ୍ରାନ୍ତିୟ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେବ ।
ଏହି ବୈଠକ ରେ ଜ଼ିଲ୍ଲା ର ସମସ୍ତ ଲାଇନ ଡ଼ିପାଟମେଣ୍ଟର ଅଧିକାରୀ, ବି. ଡ଼ି. ଓ., ତହସିଲଦାର, ଇ. ଓ. ଯୋଗ ଦେଇ ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ବିକାଶମେଳା ର କାର୍ଯ୍ୟକ୍ରମ ଚୂଡାନ୍ତ କରାଯିବ । ଆଜିର ରାଜ୍ୟ ସ୍ତରୀୟ ଆଭାସୀ ବୈଠକ ରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ ତଥା ସି. ଡ଼ି. ଇ. ଓ. ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ସହ ଇ. ଓ., ତହସିଲଦାର, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ, ଡ଼ି. ପି. ସି. ମିଶନ ଶକ୍ତି, ଜ଼ିଲ୍ଲା ସଂସ୍କୃତି ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ଓସ୍ୱାନ ହଲ ରେ ଉପସ୍ଥିତ ରହିବା ସହ ୩ ଟି ବ୍ଲକ ର ବି. ଡ଼ି. ଓ. ତହସିଲଦାର ଏବଂ ଅନ୍ୟ ଅଧିକାରୀ ମାନେଏହି ଆଭାସୀ ବୈଠକ ରେ ବ୍ଲକ ମାନଙ୍କ ରୁ ଯୋଡି ହୋଇ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930