Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ନୂଆ ଏକକ କାର୍ଡ ବଣ୍ଟନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ନୂଆ ଏକକ କାର୍ଡ ବଣ୍ଟନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ନୂଆ ଏକକ କାର୍ଡ ବଣ୍ଟନ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
April 11
12:02 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୪ : (ଗୁରୁବାର )ସନ୍ଧ୍ୟା ୬ ଘଣ୍ଟା ୩୦ ମି.ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲାରେ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜ଼ିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରେସ ମିଟ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର‌୍ୟ୍ୟକ୍ରମ ରେ ଈଝକଣ ଓ ରାସନ୍ କାର୍ଡ ଧାରୀ ପରିବାରର ସମସ୍ତ ସଦସ୍ୟ ମାନଙ୍କ ଗୋଟିଏ ଲେଖାଏଁ କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।
ତେବେ ବୌଦ୍ଧ ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୧୭ ହଜାର ୭୧୦ ହିତାଧିକାରୀ ଏହି କାର୍ଡ ପାଇବା ସହିତ ଏହି ଯୋଜନାରେ ଲାଭାନ୍ଵିତ ହୋଇପାରିବେ ।
ତେବେ ୩ ଟି ବ୍ଲକ ରେ ୧୨ ଟି ଭିନ୍ନ ଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ହଜାର ୧୫୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଡ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି କାର୍ଡ ହିତାଧିକାରୀ ମାନେ କିଭଳି ଠିକ ଭାବ ରେ ପାଇବେ ଏବଂ କିଭଳି ଭାବେ ଏହାର ଲାଭ ଉଠାଇ ପାରିବେ ସେ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ବୌଦ୍ଧ ଜିଲ୍ଲାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।
କାର୍ଡ ବଣ୍ଟନ ସମୟ ରେ କେହି ଟଙ୍କା ମାଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼. ମଦନ ମୋହନ ପ୍ରଧାନ ସୂଚନା ଦେଇଥିଲେ ।
ଏହା ସହ ୧୨ ତାରିଖ ଠାରୁ ସଚେତନତା ରଥ ବୌଦ୍ଧ ଜ଼ିଲ୍ଲା ସାରା ୭ ଦିନ ପର‌୍ୟ୍ୟନ୍ତ ବୁଲିବା, ଗୁଜବ କୁ ବନ୍ଦ କରିବା,ବୟସ୍କ ମାନଙ୍କୁ ଆଶା ଅଟୋ ରେ ନେଇ ସଭା ସ୍ଥଳ କୁ ଆସିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ବୌଦ୍ଧ ଜିଲ୍ଲା ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ସଂଘମିତ୍ରା ପଣ୍ଡା, ନୋଡାଲ ଅଫିସର ଡ଼. ସୁରଜିତ ଗୋରାବଡୁ, ବୌଦ୍ଧଗଡ଼ ଏନ.ଏ.ସି ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ,ପବିତ୍ର ମୋହନ ପ୍ରଧାନ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ଜାତୀୟ ସ୍ୱାସ୍ଥ୍ୟ ମିଶନର ଊଚଗ ରୁପକ ମହାପାତ୍ର,ହସ୍ପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢ଼ୀ, ସହକାରୀ ମ୍ୟାନେଜର ମୃତ୍ୟୁଞ୍ଜୟ ଭୁଜୋବଳ, ପ୍ରଫୁଲ୍ଲ ସାହୁ, ସହକାରୀ ଜ଼ିଲ୍ଲା କୋ ଅର୍ଡ଼ିନେଟର ବିଜୟ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031