Indus Valley Times

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

December 01
12:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୧୨ : (ଶନିବାର) ସନ୍ଧ୍ୟା ୫ ଘଟିକା ସମୟରେ ଜ଼ିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଟାଉନ ହଲ ଠାରେ ଅନୁଷ୍ଠିତ ହେବା କୁ ଥିବାବେଳେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଯୁବ ମହୋତ୍ସବରେ ୧୫ ବର୍ଷ ରୁ ୨୯ ବର୍ଷ ବୟସର ଯୁବ ବର୍ଗ ଅଂଶଗ୍ରହଣ କରିବେ । ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସମସ୍ତ ଯୁବ ବର୍ଗ ଏବଂ ଆଶାୟୀ ପ୍ରତିଯୋଗୀ ମାନେ ମାଇଁ ଭାରତ ପୋର୍ଟାଲରେ ନିଜ ନାମ ପଞ୍ଜିକରଣ କରିବେ ।
ଏଥିରେ ଉଚ୍ଚାରଣ ପାଠ, ଗଳ୍ପ ଲିଖନ, ଚିତ୍ରାଙ୍କନ, ଫୋକ ଡ୍ୟାନ୍ସ, ଫୋକ ସଂଗୀତ, କବିତା ଲିଖନ, ବିଜ୍ଞାନ ମେଳା ପ୍ରଦର୍ଶନୀ ପ୍ରତିଯୋଗିତା ସ୍ଥାନ ପାଇବ ।
ଫୋକ ଡ୍ୟାନ୍ସ, ଫୋକ ସଂଗୀତ, ବିଜ୍ଞାନ ପ୍ରଦର୍ଶନୀ ରେ ପ୍ରଥମ ପୁରସ୍କାର ୧୦,୦୦୦/-, ଦ୍ଵିତୀୟ ପୁରସ୍କାର ୭୫୦୦/- ଏବଂ ତୃତୀୟ ପୁରସ୍କାର ୫୦୦୦/-, କବିତା ଲିଖନ, ଗଳ୍ପ ଲିଖନ, ଚିତ୍ରାଙ୍କନ ଏବଂ ଉଚ୍ଚାରଣ ପାଠ ରେ ପ୍ରଥମ ପୁରସ୍କାର ୩୦୦୦/-, ଦ୍ଵିତୀୟ ପୁରସ୍କାର ୨୦୦୦/- ଏବଂ ତୃତୀୟ ପୁରସ୍କାର ୧୦୦୦/- ରଖା ଯାଇଛି । କୃତୀ ପ୍ରତିଯୋଗୀ ଙ୍କୁ ଏହି ପୁରସ୍କାର ଏବଂ ସାର୍ଟିଫିକେଟ ପ୍ରଦାନ କରାଯିବ ।
ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ପଠାଯିବ ।
ଏହି ପ୍ରସ୍ତୁତି ବୈଠକକୁ ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ରୁର କୁମାର ଯାନୀ ପରିଚାଳନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ପ୍ରଭାଷ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ, ଟ୍ରେନିଂ ଅଫିସର ଚନ୍ଦନ କୁମାର ସାହୁ, ଆଶିଷ ବେହେରା, ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ଜୟନ୍ତ କୁମାର ପ୍ରଧାନ, କନିଷ୍ଠ ରାଜସ୍ବ ସହାୟକ (କ୍ରୀଡା ବିଭାଗ ) ଲୋକନାଥ ମେହେର, ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ ପ୍ରମୁଖ ଉପସ୍ଥିତ ରହି ନିଜ ମତାମତ ଦେଇଥିଲେ ।
ବୌଦ୍ଧରେ ଜ଼ିଲ୍ଲା ସ୍ତରୀୟ ଯୁବ ମହୋତ୍ସବର ସଫଳତା ପାଇଁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930