Indus Valley Times

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

 Breaking News

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

November 02
10:25 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର , ୨/ ୧୧: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ଗାଁରେ ଗାର୍ଡ ଅଫ୍ ଅନର ପରେ ସହିଦ ଯବାନ ଚିତ୍ତରଞ୍ଜନ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଭାରତ-ପାକିସ୍ତାନ ସୀମା ଜମ୍ମୁ ଅଖନୁର ସେକ୍ଟରରେ ଗତ ଅକ୍ଟୋବର ୩୦ ତାରିଖ ସକାଳେ କ୍ୟାମ୍ପରେ ଅନୁଷ୍ଠିତ ଶାରୀରିକ ଫିଟନେସ ଅଭ୍ୟାସ କରୁଥିବା ବେଳେ ଅଚାନକ ଅସୁସ୍ଥତା କାରଣରୁ ଯବାନ ଚିତ୍ତରଞ୍ଜନଙ୍କ ଅକାଳ ବିୟୋଗ ଘଟିଥିଲା।
ଆଜି ସହିଦ ଯବାନଙ୍କ ପ୍ରାର୍ଥିବ ଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ପୋଲିସ୍ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମାଲ, ଉପଜିଲ୍ଲାପାଳ ଶ୍ରୀ ତାପସ ରଂଜନ ଦେହୁରୀ, ଦଶରଥପୁର ବିଡ଼ିଓ, ତହସିଲଦାର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31