Indus Valley Times

ଜିଲ୍ଲା ପ୍ରଶାସନ ପକ୍ଷରୁ ନାଲିପଡ଼ା ଅର୍ଜୁନ ପୁର ଗ୍ରାମ ପଞ୍ଚାୟତ ପଲ୍ଲୀରେ ଜନଶୁଣାଣୀ

 Breaking News

ଜିଲ୍ଲା ପ୍ରଶାସନ ପକ୍ଷରୁ ନାଲିପଡ଼ା ଅର୍ଜୁନ ପୁର ଗ୍ରାମ ପଞ୍ଚାୟତ ପଲ୍ଲୀରେ ଜନଶୁଣାଣୀ

February 16
20:15 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୬/୨ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଖୋରଧା ବ୍ଲକ୍ ଅନ୍ତର୍ଗତ ନାଲିପଡା ଅର୍ଜୁନପୂର୍ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଲ୍ଲୀରେ ପ୍ରଶାସନ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଜନଶୁଣାଣୀ ଶିବିରରେ ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ଲାଡେ ଗଜାନନ ଦୟାନନ୍ଦ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ,ବି ଡି ଓ, ଶ୍ରୀମତୀ କ୍ଷୀରାଦ୍ଵୀ ତନୟା ସାହୁ, ତହସିଲଦାର, ବିଭାଷ ପାଣିଗ୍ରାହୀ ସହକାରୀ ଜିଲ୍ଲାପାଳ ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ ।
ଆଜିର ଅଭିଯୋଗ ଶୁଣାଣିରେ ମୋଟ ୩୮ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୩୧ ଗୋଟି ଏବଂ ଗ୍ରାମୀଣ ସମସ୍ୟା ଜନିତ ୦୭ ଗୋଟି ଅଭିଯୋଗ ଆସିଥିଲା ।
ଶିବିରରେ ତତ୍କାଳ ୦୬ ଗୋଟି ଅଭିଯୋଗର ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, କୃଷି,ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସେବା ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031