Indus Valley Times

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ

 Breaking News

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ

ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ
June 10
22:56 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୦/୬: ଇତି ମଧ୍ୟରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି।
ମହାସଭାର ଜିଲ୍ଲା ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ନେତୃତ୍ୱ ରେ ଏବଂ ସଭ୍ୟ ବାଳକୃଷ୍ଣ ଷଡ଼ଙ୍ଗୀ ଙ୍କ ଆବାହକତ୍ୱରେ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍ ସୋର ରେ ଚାଲିଛି।ସମାଜ ର ଅନେକ ସମସ୍ୟା କୁ ନେଇ ସରକାର ଙ୍କ ଠାରେ ଦାବୀ ଉପସ୍ଥାପନ କରିବା ପାଇଁ ସମାଜ ତାର ଆଗାମୀ କାର‌୍ୟ୍ୟପନ୍ଥା ପ୍ରସ୍ତୁତ କରୁଛି।
ବ୍ରାହ୍ମଣ ସମାଜ ର ସାମଗ୍ରିକ ବିକାଶ ଦିଗରେ ଏହି ମହାସଭା ସବୁବେଳେ କାର୍ଯ୍ୟ କରିବ।ଅବହେଳିତ ଏବଂ ତଳ ସ୍ତରରେ ରହୁଥିବା ବ୍ୟକ୍ତି ବିଶେଷ ଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ ପ୍ରୟାସ ଜାରି ରହିବ।
ସମାଜ ରେ ହେଉଥିବା ବିବାହ ବିଚ୍ଛେଦ ଗୁଡ଼ିକୁ ସମାଧାନ କରି ସେହି ପରିବାରକୁ ଏକତ୍ରିତ କରାଯାଇ ପାରିବାରିକ ସୁଖ ଶାନ୍ତି ଫେରାଇ ଆଣିବାକୁ ନିରନ୍ତର ପ୍ରୟାସ ଜାରି ରହିବ।
ଏଣୁ ବ୍ରାହ୍ମଣ ସମାଜ ର ପ୍ରତ୍ୟେକ ସଭ୍ୟ ନିଜ ନିଜ ଭିତରେ ଥିବା ମନାନ୍ତର ଏବଂ ମତାନ୍ତର କୁ ଭୁଲି ସମସ୍ତେ ଏକତ୍ରିତ ହୋଇ ସମାଜକୁ ସୁଦୃଢ଼ କରିବା ପାଇଁ ଆବାହକ ବାଳକୃଷ୍ଣ ଷଡ଼ଙ୍ଗୀ ବିନମ୍ର ନିବେଦନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031