Indus Valley Times

ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ସମାରୋହ ୨୦୨୫ ପାଳିତ

 Breaking News

ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ସମାରୋହ ୨୦୨୫ ପାଳିତ

ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ସମାରୋହ ୨୦୨୫ ପାଳିତ
August 16
22:12 2025

ପ୍ରସନ୍ନ କୁମାର ପାଇକରାୟଙ୍କ
ଖୋର୍ଦ୍ଧା , ୧୬/୮ : ଜିଲ୍ଲା ସଦର ମହକୁମାର ବି.ଜେ.ବି ହାଇସ୍କୁଲ ଖେଳ ପଡ଼ିଆରେ ୭୯ ତମ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ -୨୦୨୫ ପାଳନ ହୋଇଯାଇଛି।
ଜିଲ୍ଲାପାଳ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜ ସକାଳ ୦୯.୧୫ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ପ୍ୟାରେଡ୍ ପରେ ଜିଲ୍ଲା ବାସୀ ଓ ଜାତି ଉଦ୍ଦେଶ୍ୟରେ ନିଜର ଉଦବୋଧନରେ ସମସ୍ତ ଖୋର୍ଦ୍ଧା ବାସୀଙ୍କୁ ୭୯ ତମ ପବିତ୍ର ସ୍ବାଧିନତା ଦିବସର ସମ୍ମାନ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ ।
ନିଜ ଉଦବୋଧନରେ ମୁଖ୍ୟ ଅତିଥି କହିଥିଲେ ବ୍ୟକ୍ତିର କର୍ତ୍ତବ୍ୟ ଓ ମାନବିକତା ଧର୍ମ ପାଳନରେ ଅଖଣ୍ଡ ଭାରତ ବର୍ଷର ରାଷ୍ଟ୍ରୀୟ ସଂହତି ସୁଦୃଢ ହେବା ସହ ସ୍ବର୍ଣ୍ଣିମ ଭାରତ ବର୍ଷ ଗଠନ ସମ୍ଭବ ହୋଇ ପାରିବ ।
ବ୍ୟକ୍ତି ହିସାବରେ ତାର ପରିବାର, ସମାଜ, ରାଜ୍ୟ, ରାଷ୍ଟ୍ର ଓ ମାନବିକତା ପ୍ରତି କର୍ତ୍ତବ୍ୟ ଅଛି, ଏଣୁ ବ୍ୟକ୍ତି ଅଧିକାର କର୍ତ୍ତବ୍ୟ ଏକା ସଙ୍ଗରେ ନିର୍ବାହ କଲେ ଆମେ ସ୍ବର୍ଣ୍ଣିମ ଭାରତ ବର୍ଷ ଦେଖିପାରିବା । ସ୍ଵାଧୀନତା ଦିବସ ସମ୍ମାନ, ସ୍ମୃତିଚାରଣ ଓ ସଂକଳ୍ପର ଦିବସ ।
ସମସ୍ତଙ୍କ ସହଭାଗିତାରେ ଆମ ସ୍ଵାଧୀନତାକୁ ଆମେ ଗରିମାମୟ କରିବା । ସ୍ଵାଧୀନତା ଆମ ଜନ୍ମଗତ ଅଧିକାର । ଆତ୍ୟାଚାରୀ ବ୍ରିଟିଶ ଶାସନକୁ ଯେଉଁ ମହାମନିଷୀ, ଯୋଗଜନ୍ମା ଅହିଂସା ମନ୍ତ୍ରରେ ଲଢେଇ କରି ସମୁଦ୍ର ଗର୍ଭକୁ ଫିଙ୍ଗି ଦେଇ ଭାରତର ବୀରତ୍ୱ ଏକତା ଓ ଅଖଣ୍ଡତା ଜାତି,ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ, ବିଭେଦତାର ଉର୍ଦ୍ଧ୍ବକୁ ଯାଇ ସମ୍ପ୍ରିତିରେ ବ୍ରିଟିଶ ଶାସନକୁ ପରାସ୍ତ କରିଥିଲେ ମୁଖ୍ୟଅତିଥି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସେହିପରି ଖୋର୍ଦ୍ଧା ଜିଲ୍ଲା ମାଟିର ଗୌରବ ବର୍ଣ୍ଣନା କରି ତାପଙ୍ଗ ଗଡ ପୂର୍ବତନ ଇତିହାସ ପାଇକ ମାଟିର ଵୀରତ୍ଵ ୧୮୦୩ ମସିହା, ଜୟୀ ରାଜଗୁରୁ, ୧୮୧୭ ମସିହାରେ ,୧୮୨୭ ତାପଙ୍ଗ ଦଳବେହେରା ,୧୮୩୬ ଜୁନ ୧ ତାରିଖରେ ଅରଙ୍ଗ ଗଡ ଓ ୧୮୫୭ ସିପାହୀ ବିଦ୍ରୋହ, ହାତୀଗୁମ୍ଫା,ମା ଉଗ୍ରତାରା, ଭଗବତୀ ,ବରୁଣେଇ କରୁଣେଇ, ଉପାସନା ଓ ସ୍ଵାଧୀନତା ସଂଗ୍ରାମ ଲଢେଇରେ ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, ମାଧବ ଚନ୍ଦ୍ର ରାଉତରାୟ ,କୃତିବାସ ପାଟଶାଣୀ ପରି ରେଣ୍ଡମାଝି, ବୀର ସୁରେନ୍ଦ୍ର ସାଏ,ଗୋପବନ୍ଧୁ ଦାସ, ମଧୁସୂଦନ ଦାସ,ମାଳତୀ ଚୌଧୁରୀ, ଫକିର ମୋହନ ସେନାପତି ସ୍ଵାଧୀନତା ସଂଗ୍ରାମୀଙ୍କ ଗାଥା ବର୍ଣ୍ଣନା କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ମୁଖ୍ୟ ଅତିଥି କହିଥିଲେ ଖୋର୍ଦ୍ଧା ସ୍ଵାଭିମାନୀ ମାଟି, ବୀର ମାଟି, ଉପନିଷଦର ମାଟି, ଭାରତର ଆତ୍ମା ଅହିଂସା ପରମଧର୍ମ, ସତ୍ୟମେବ ଜୟତେ, ବସୁଦେବ କୁଟୁମ୍ବକମ୍ । ଭାରତ ସରକାର ଓ ଆମ ରାଜ୍ୟ ସରକାର ଏକ ବର୍ଷରେ ସୁଭଦ୍ରା ଭଳି ଯୁଗାନ୍ତ କାରୀ ଯୋଜନା ଆଣି ମହିଳା ମାନଙ୍କ ସହ ସବୁ ବର୍ଗର ଜନସାଧାରଣଙ୍କ ନିମନ୍ତେ ଯୋଜନା ଆଣି ଦ୍ରୁତ ପ୍ରଗତି ଓ ଶସକ୍ତି କରଣରେ ଆଗେଇ ଚାଲିଛନ୍ତି ।
ଏଣୁ ଏହି କଷ୍ଟ ଲବ୍ଧ ପବିତ୍ର ସ୍ଵାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତେ ତିରଙ୍ଗା ପତାକା ତଳେ ଶପଥ ନେବାକୁ ମୁଖ୍ୟଅତିଥି ଆହ୍ଵାନ ଦେଇଥିଲେ କ୍ଷ ପରେ ମୁଖ୍ୟ ଅତିଥି ଆନ୍ତର୍ଜାତୀୟ ଖ୍ୟାତନାମା ବସ୍ତ୍ର କଳା ଶିଳ୍ପୀ ଅଦୈତ ଚରଣ ଗଡ଼ନାୟକ, ଆନ୍ତର୍ଜାତୀୟ କ୍ରୀଡାବିତ୍ ରିଆନ୍ ବାଶା, ହାଇସ୍କୁଲ,ସିବିଏସଇ,+୨କଳା,ବିଜ୍ଞାନ, ବାଣିଜ୍ୟ ଟପର ଯଥାକ୍ରମେ ସୌରଜିତ ପ୍ରଧାନ, ସୋମେଶ ପ୍ରଧାନ, ବିଜୟଲକ୍ଷ୍ମୀ ମାର୍ଥା, ସୁଶିଳ କୁମାର ନାୟକ, ବିଜୟଲକ୍ଷ୍ମୀ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିବାସହ ଚିତ୍ରାଙ୍କନ , କୌତୁକ, ବେଶ ପୋଷାକ, ଓଡିଆ ପ୍ରବନ୍ଧ, ଓଡ଼ିଆ ବକ୍ତୃତା, ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତର କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।
ସେହିପରି ପ୍ୟାରେଡ୍ ପ୍ରତିଯୋଗିତାର ସିନିୟର୍ ଏନ୍ ସି ସି, ଜୁନିୟର ଏନ୍ ସି ସି, ସ୍ପେଶାଲ ଏସ ପି ସି, ସ୍କାଉଟ ବୟେଜ୍, ଗାଇଡ୍, ଅନ୍ୟାନ୍ୟ ବେସାମରିକ ଦଳ,ସିଭିଲିୟାନ ହାଇସ୍କୁଲ, ସିଭିଲିୟାନ, ଉଚ୍ଚ ପ୍ରାଥମିକ, ସିଭିଲିୟାନ ପ୍ରାଥମିକ ଓ ଶାନ୍ତି ଶୃଙ୍ଖଳା ଦଳକୁ ଯଥାକ୍ରମେ ପିଏନ୍ କଲେଜ, ଆର‌୍ୟ୍ୟଭଟ୍ଟ ଆନ୍ସିଏଣ୍ଟ ଏକାଡେମୀ, ଖୋର୍ଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ,ଯେ ଏନ୍ ଭି, ଖୋର୍ଦ୍ଧା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା, ଗୁରୁଜଙ୍ଗ ହାଇସ୍କୁଲ, ଖୋର୍ଦ୍ଧା,ଯେ ଏନ୍ ଭି, ମୁକୁନ୍ଦ ପ୍ରସାଦ ୟୁଜିଏମଇ, ଖୋର୍ଦ୍ଧା,ଶିଶୁ ବିଦ୍ୟା ମନ୍ଦିର, କୁରୁଜଙ୍ଗ,ଏସଡ଼ିଏ ହାଇସ୍କୁଲ, ଖୋର୍ଦ୍ଧାଙ୍କୁ ଟ୍ରଫି କପ୍ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୩ଗୋଟି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଯଥାକ୍ରମେ ବିଜେବି ହାଇସ୍କୁଲ,ପି ଏନ୍ କଲେଜ ଓ ଏସଡିଏ, ହାଇସ୍କୁଲ ଦଳଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ପ୍ରଜ୍ଞାନମେଢ଼ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଭାଗଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।
ପ୍ୟାରେଡରେ ପୁଲିସ ବ୍ୟାଣ୍ଡ ପାର୍ଟି,ଏ ପି ଆର, ଗୃହରକ୍ଷୀ ବାହିନୀ ଓ ଆଇ ଟି ବି ପି ୪୧ ବାଟାଲିୟନ, ତରତୁଆ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟଙ୍କୁ ନେଇ ମୋଟ ୫୪ କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିଥିଲେ ।
ପ୍ୟାରେଡ୍ ପରିଚାଳନାରେ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା ଓ ସେକେଣ୍ଡ ଇନ୍ କମାଣ୍ଡ ସର୍ଜେଣ୍ଟ ସୌମ୍ୟରଞ୍ଜନ ବରାଳ ସମ୍ପାଦନ କରିଥିଲେ ।
ପରେ ମୁଖ୍ୟଅତିଥି କାରାଗାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ । ଉତ୍ସବରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାହରିକା ନାଥ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ,ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା,ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ,ଉପ ଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ କୁମାର ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୋନାମିକା ରାୟ, ବିଡ଼ିଓ,ଖୋର୍ଦ୍ଧା, କ୍ଷିରାଦ୍ୱୀ ତନୟା ସାହୁ, ସମଗ୍ର ଶିକ୍ଷା ପ୍ରକଳ୍ପ ପରିଚାଳିକା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଚୌଧୁରୀ ଅରବିନ୍ଦ ଦାସ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମିତ୍ରା ତ୍ରିପାଠୀ,ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର, ନିବେଦିତା ପରିଡ଼ା, ରବୀନ୍ଦ୍ର କୁମାର ମିଶ୍ର, ଓମ୍ ପ୍ରକାଶ ଶତପଥୀ ଙ୍କ ସମେତ ସମସ୍ତ ଡେପୁଟୀ କଲେକ୍ଟରଙ୍କ ସମେତ ବିଭିନ୍ନ ଡିପାର୍ଟମେଣ୍ଟ ର ଅଧିକାରୀ ଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ପ୍ୟାରେଡ଼ରେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସଂଯୋଜନାରେ ସମସ୍ତ କାର‌୍ୟ୍ୟ କ୍ରମ ସମ୍ପାଦିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930