Indus Valley Times

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ

September 13
23:18 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର ,୧୩/୯ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଗୋକୁଳାନନ୍ଦ ମଲ୍ଲିକ ଏହି ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମ ଚଳିତ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ।
ଏଥିରେ ମୁଖ୍ୟତଃ ଗ୍ରାମ୍ୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅଣସଂକ୍ରାମକ ରୋଗ ଚିହ୍ନଟକରଣ, ଟିବି ରୋଗର ପରୀକ୍ଷା , ମା ମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ଯଥା ଅଣସଂକ୍ରାମକ ରୋଗର ଚିହ୍ନଟ କରଣ, ଟିଭି ରୋଗର ପରୀକ୍ଷା, ଟୀକାକରଣ,ବିଭିନ୍ନ ପ୍ରକାର କର୍କଟ ରୋଗ, ସିକିଲ ସେଲ ଓ ଥାଲାସେମିଆ ଇତ୍ୟାଦି ରୋଗର ପରୀକ୍ଷା, ଗର୍ଭବତୀ ମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ସଚେତନଧର୍ମୀ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ।

କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ସହିତ ସମାଜର ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଧିକ ରୁ ଅଧିକ ସଂଖ୍ୟକ ମହିଳା ଓ ମା ମାନଙ୍କ ଅଂଶ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ। ଏଥି ସହିତ ଏହି ଅଭିଯାନ ସମୟରେ ପି ଏଚ ସି, ସି ଏଚ ସି, ଡି ଏଚ ଏଚ ଓ ଅନ୍ୟାନ୍ୟ ସବସେଣ୍ଟର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ୱାସ୍ଥ୍ୟପରୀକ୍ଷା କରାଯିବ।

ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଆମ ଜିଲ୍ଲା ରେ ଏହି କାର୍ଯ୍ୟକ୍ରମକୁ ଏକ ମିଶନ ମୋଡ଼ କରିବା ପାଇଁ ପଡିବ। ଏହାର ଶତ ପ୍ରତିଶତ ସଫଳତା ହାସଲ ପାଇଁ ଦାୟିତ୍ୱର ସହ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବିଦ୍ୟାଳୟ ସ୍ତରରେ ମୋବାଇଲ ହେଲଥ ୟୁନିଟ ମାଧ୍ୟମରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପୋଷ୍ଟର ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ବୈଠକ ସ୍ଥଳରେ ଓ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଓ ମିଶନଶକ୍ତି ମହିଳା ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।
ବର୍ତ୍ତମାନ ଡାଇବେଟିସ ଅଧିକ ଲୋକଙ୍କୁ ହେଉଥିବାରୁ ଚିନି ଓ ତେଲ କମ ଖାଇବା ଏବଂ ଯୋଗ, ବ୍ୟାୟାମ ଅଭ୍ୟାସ କରିବାକୁ ଅଧିକ ସଚେତନତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ମହାରାଜା ଯଯାତିକେଶରୀ ଭେଷଜ ମହାବିଦ୍ୟାଳୟ ର ଡିନ ତଥା ଅଧ୍ୟକ୍ଷ ଡା ସୀତାରାମ ମହାପାତ୍ର ଏହି କାର୍ଯ୍ୟକ୍ରମକୁ କିଭଳି ସଫଳତା ର ସହ ଜିଲ୍ଲା ରେ କରାଯିବ ସେଥିଲାଗି ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଡି ପି ଏମ ଶ୍ରୀ ବିଶ୍ୱରଂଜନ ରଥ ଯୋଗଦେଇ କହିଲେ ଆସନ୍ତା ଅକଟୋବର ମାସ ୧୨, ୧୩ ଓ ୧୪ ତାରିଖରେ ଜିଲ୍ଲାର ୧୮୫୦୦୦ ଜନ୍ମରୁ ୫ ବର୍ଷର ଶିଶୁ ଙ୍କୁ ପଲସ ପୋଲିଓ ବୁନ୍ଦା ପ୍ରଦାନ କରାଯିବ।
ଅନ୍ୟ ମାନଙ୍କ ମଧ୍ୟରେ,ଅତରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାଏକ, ମେଡିକାଲ ସୁପାରିଟେଣ୍ଡେଣ୍ଟ ଡା ମନୋରମା ସ୍ୱାଇଁ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ମଲ୍ଲିକ,, , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାକ, ଘରୋଇ ଚିକିତ୍ସାଳୟ ର ଚିକିତ୍ସକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930