Indus Valley Times

ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ, ୩ ଆସନ ପାଇଁ ମତଦାନ

 Breaking News

ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ, ୩ ଆସନ ପାଇଁ ମତଦାନ

ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ, ୩ ଆସନ ପାଇଁ ମତଦାନ
May 12
16:31 2022

ଭୁବନେଶ୍ୱର,୧୨/୫; ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଦିନ ତାରିଖ ଘୋଷଣା ହୋଇଛି । ଓଡିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ସମେତ ୧୫ ରାଜ୍ୟର ମୋଟ ୫୭ ଆସନ ପାଇଁ ହେବ ନିର୍ବାଚନ । ଜୁନ ୨୧ରୁ ଅଗଷ୍ଟ ଏକ ତାରିଖରେ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଯାଉଛି।
ଜୁନ ୧୦ରେ ତିନୋଟି ଆସନ ପାଇଁ ହେବ ମତଦାନ । ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ। ଓଡ଼ିଶା ସମେତ ୧୫ଟି ରାଜ୍ୟରେ ହେବ ନିର୍ବାଚନ । ଜୁଲାଇ ୧ରେ ସରୁଛି ଓଡ଼ିଶାର ୩ ସାଂସଦଙ୍କ କାର‌୍ୟ୍ୟକାଳ। ଏନ.ଭାଷ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର‌୍ୟ୍ୟଙ୍କ କାର‌୍ୟ୍ୟକାଳ ଶେଷ ହେଉଛି। ତେବେ ମେ’ ୨୪ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ମେ ୨୪ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ମେ ୩୧ । ଜୁନ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଜୁନ ୩ ପ୍ରାର୍ଥୀପତ୍ର ପତ୍ୟାହାରର ଶେଷ ତାରିଖ। ଏହାପରେ ଜୁନ ୧୦ରେ ଏହି ସବୁ ଆସନ ପାଇଁ ମତଦାନ ହେବ। ଏହାପରେ ଜୁନ ୧୦ ତାରିଖ ସଂଧ୍ୟା ୫ଟା ପରେ ଭୋଟ ଗଣନା ଆରମ୍ଭ ହେବ । ତେବେ ଜୁନ ୧୩ ତାରିଖର ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରାଯିବ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031