Indus Valley Times

ଜୁଲାଇ ୧୫ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍

 Breaking News

ଜୁଲାଇ ୧୫ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍

July 13
16:51 2022

ନୂଆଦିଲ୍ଲୀ, ୧୩/୭: ଆସନ୍ତା ୧୫ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବା କରୋନାର ବୁଷ୍ଟର ଡୋଜ୍। ଏବେ ଲୋକମାନଙ୍କୁ ଟଙ୍କା ଦେଇ ବୁଷ୍ଟର ଡୋଜ୍ ନେବାକୁ ପଡ଼ୁଛି।
ହେଲେ ବୁଷ୍ଟର ଡୋଜ୍ ନେବାକୁ କେହି ବି ଆଗ୍ରହ ଦେଖାଉ ନାହାନ୍ତି। ଏପରି ସ୍ଥିତିରେ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ଆଜି ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁସାରେ, ଦେଶର ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍ ମାଗଣାରେ ଉପଲବ୍ଧ ହେବ। ବୁଷ୍ଟର ଡୋଜ୍ ପାଇଁ ୭୫ ଦିନର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଆଜାଦୀ କି ଅମୃତ ମହୋତ୍ସବ ଅଭିଯାନ ଅଧୀନରେ ଲୋକଙ୍କୁ ମାଗଣାରେ କରୋନା ବିରୋଧୀ ପ୍ରିକସନ ବା ବୁଷ୍ଟର ଡୋଜ ଦିଆଯିବ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, “ଭାରତ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଆଜାଦୀର ଏହି ଅମୃତ କାଳରେ ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଆଗାମୀ ୭୫ ଦିନ ଯାଏ ଏହି ଅଭିଯାନ ଚାଲିବ। ଲୋକମାନେ ସରକାରୀ ଟିକାକରଣ କେନ୍ଦ୍ରକୁ ଯାଇ ମାଗଣାରେ ପ୍ରିକସନ ଡୋଜ ନେଇପାରିବେ।”
କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ଜଣେ ବ୍ୟକ୍ତି ପ୍ରିକସନ ଡୋଜ୍ ନେବାକୁ ଯୋଗ୍ୟତା ଅର୍ଜନ କରୁଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ କୋହଳ କରିଛନ୍ତି। ଏଣିକି ୧୮ ବର୍ଷରୁ ଅଧିକ ବୟସ୍କମାନେ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031