Indus Valley Times

ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ

 Breaking News

ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ

ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ
October 18
18:39 2024

ଭୁବନେଶ୍ୱର,୧୮/୧୦: ବିଜେଡିର ଆୟୁଷ ବହୁତ କମ୍‌। ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ। ଖୁବ୍ ଶୀଘ୍ର ସେହି ଅବସ୍ଥା ହେଖିବାକୁ ମିଳିବ। କାରଣ ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ସମସ୍ତଙ୍କୁ ଚାକର ଭଳିଆ କରି ରଖୁଥିଲେ।
ଯେଉଁ ନେତାମାନେ ଥିଲେ, ସେମାନେ ଦରି ପକାଇବା, ଟେଣ୍ଟ କରିବା, ଗାତ ଖୋଳିବା କାମ କରୁଥିଲେ। ସେମାନେ ଏବେ ପ୍ରତିଶୋଧ ପରାୟଣା ହୋଇ ରହିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ଧୀରେ ଧୀରେ ବିଜେଡିର ଆହୁରି ଗୁମର ଖୋଲିବ। ଆମ ନେତୃତ୍ୱ ଆଉ ଟିକେ ସୁଦୃଢ଼ ହେବାର ଅଛି। ଦୁଇରୁ ଚାରି ଥର ସିବିଆଇ ଚଢ଼ଉ ହେଲେ ଆଉ ଟିକେ ବଢ଼ିଆ ହୋଇଯାଆନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି।
ବିଜେଡ଼ି ନେତା ବିଜେପିରେ ମିଶିବା ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ସେମାନେ ଯୋଗାଯୋଗରେ ଅଛନ୍ତି। ହେଲେ ସେମାନଙ୍କୁ ନେବ କିଏ? ତଥାପି ଯେଉଁମାନେ ଦୁର୍ନୀତିରୁ ମୁକ୍ତ ଥିବେ, ସେମାନଙ୍କ କଥା ବିଚାର କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ତେବେ ଜୟନାରାୟଣ ମିଶ୍ରଙ୍କ ବୟାନ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31